ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସଂହତି ଶିବିର ଉଦଯାପିତ

0
209

ବ୍ରହ୍ମପୁର, ୧୦/୦୬/୨୦୨୨ :
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ଗତ ୩ ତାରିଖ ଠାରୁ ଚାଲିଥିବା ସାତ ଦିନିଆ ଜାତୀୟ ସଂହତି ଶିବିର ୯/୬/୨୨ ରେ ଉଦଯାପିତ ହେଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଙ୍କ କରକମଳ ରେ ଉଦଘାଟିତ ହେଇଥିବା ଏହି ଶିବିର ରେ ଅତିଥି ଭାବେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଶ୍ରୀମାନ ଇ ବିବେକ ରେଡ୍ଡୀ ,ରାଜ୍ୟ ଏନ ଏସ ଏସ ଅଫିସର ତଥା ଯୁଗ୍ମ ସଚିବ ଡ଼ ରମେଶ ଚନ୍ଦ୍ର ବେହେରା, ସୋଆ ପ୍ରୋଗ୍ରାମ 6କ।ର୍ଡିନେଟର ଡାଃ. ନଚିକେତା ଶର୍ମା ପ୍ରଭୃତି ଯୋଗ ଦେଇଥିଲେ। ସାତ ଦିନ ଧରି ଚାଲିଥିବା ଏହି ଶିବିର ରେ ସ୍ବେଚ୍ଛାସେବୀ ମାନେ ଯୋଗ, ବ୍ୟାୟାମ,ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେବା ସହିତ ସ୍ୱଚ୍ଛ ଭାରତ ଅଭିଯାନ ରେ ବିଶ୍ଵବିଦ୍ୟାଳୟ ଓ ଗୋପାଳପୁର ଉପକୂଳ ସଫେଇ କରିଥିଲେ।ସେଠାରେ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଏ ଜାନକୀ ରାଓ ଉପସ୍ଥିତ ରହି ସ୍ବେଚ୍ଛାସେବୀ ଙ୍କୁ ଉତ୍ସାହିତ କରିଥିଲେ। ଗୋପାଳପୁର କଲେଜ ଏନ ଏସ ଏସ ଶାଖା ତରଫରୁ ସମସ୍ତଙ୍କୁ ସ୍ଵାଗତ କରାଯାଇଥିଲା।ସମାଜସେବୀ ତଥା ଯୁବ ଉଦ୍ୟୋଗପତି ଫ୍ଲୋରା ଫାଉଣ୍ଟାଇଁନ ଏଣ୍ଡ ଆମ୍ୟୁଜମେଣ୍ଟ ର ମୁଖ୍ୟ ଦେବୀ ପ୍ରସାଦ ପଟ୍ଟନାୟକ ସସ୍ତ୍ରିକ ସାଂସ୍କୃତିକ ସଂଧ୍ୟା କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇଥିଲେ।ଜୁନ ୫ ବିଶ୍ଵ ପରିବେଶ ଦିବସ ରେ ସ୍ବେଚ୍ଛାସେବୀ ମାନେ ବୃକ୍ଷ ରୋପୋଣ କରିବା ସହ ଗଞ୍ଜାମ ର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ମନ୍ଦିର ଓ ତାମ୍ପରା ହ୍ରଦ ର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିଥିଲେ।ବିଭିନ୍ନ ଏକାଡେମୀକ କ୍ଲାସ ରେ ଶ୍ରୀ ହୃଷୀକେଶ ପାଣିଗ୍ରାହୀ, ଶ୍ରୀ ମଧୁସୂଦନ ଦାସ, ଶ୍ରୀ ଦୁଷ୍ମନ୍ତ କୁମାର ମହାନ୍ତି ତଥା କୁଳପତି ପ୍ରଫେସର ଡ଼ ଗୀତାଞ୍ଜଳି ଦାସ ଯୋଗ ଦେଇ ବିଭିନ୍ନ ବିଷୟ ରେ ସ୍ବେଚ୍ଛାସେବୀ ଙ୍କୁ ଶିକ୍ଷାଦାନ କରିଥିଲେ।ବ୍ରହ୍ମପୁର ସହରରେ ଆୟୋଜିତ ଜାତୀୟ ସଂହତି ଶୋଭାଯାତ୍ରା କୁ କର୍ପୋରେଟର ସୁନୀତା ପଟ୍ଟନାୟକ,ପ୍ରଣୟ ପଟ୍ଟନାୟକ ସ୍ଵାଗତ ଜଣାଇବା ସହ ନିର୍ମାଣ ଶ୍ରମିକ ବୋର୍ଡ ଅଧକ୍ଷ ଡ଼ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତକା ଦେଖାଇ ଶୋଭାଯାତ୍ରା କୁ ଶୁଭାରମ୍ଭ କରିଥିଲେ।ସ୍ବେଚ୍ଛାସେବୀ ମାନେ ପାରମ୍ପରିକ ବେଶ ପୋଷାକ ରେ ଢୋଲ ଏବଂ ଯୋଡ଼ି ଶଙ୍ଖ ର ତାଳେ ତାଳେ ନାଚି ନାଚି ଜିଲ୍ଲା ସଂସ୍କୃତି ଭବନ ରୁ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ କୁ ଯାଇଥିଲେ। ସେଠାରେ ମହାନଗର ନିଗମ କମିଶନର ଡ଼ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଏବଂ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ସ୍ଵାଗତ ଜଣାଇବା ସହ ସ୍ଵେଚ୍ଛାସେବୀ ମାନଙ୍କୁ ଲେଜର ଲାଇଟ୍ ସୋ ଦେଖାଇ ଏବଂ ରାତ୍ରି ଭୋଜନ ଦେଇ ଆପ୍ୟାୟିତ କରିଥିଲେ। ଜୁନ ୯ ତାରିଖ ଉଦଯାପନୀ ଉତ୍ସବରେ ପ୍ରଫେସର୍ ଡ଼ ଗୀତାଞ୍ଜଳି ଦାସ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରୂପେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଉପଦେଷ୍ଟା ତଥା ନିର୍ଦ୍ଦେଶକ ଡ଼ କମଳ କୁମାର କର ଯୋଗ ଦେଇ ଥିଲେ।ଏନ ଏସ ଏସ ର ଆଭିମୁଖ୍ୟ “ସ୍ଵୟଂ ସେ ପେହେଲେ ଆପ” ରେ ଅଭିମନ୍ତ୍ରିତ ହୋଇ ସ୍ବେଚ୍ଛାସେବୀ ମାନେ ଦେଶ ତଥା ସମାଜ ଗଠନ ରେ ନିୟୋଜିତ ହେବାକୁ ସେ ପରାମର୍ଶ ଦେଇଥିଲେ। ଭାରତ ସରକାର ଙ୍କ ଖେଳ ଓ ଯୁବ ବ୍ୟାପାର ମନ୍ତ୍ରାଳୟ ତରଫରୁ ଆୟୋଜିତ ଏହି ଶିବିର କୁ ଭୁବନେଶ୍ୱର, ଆଞ୍ଚଳିକ ନିର୍ଦେଶିକା ସୁଶ୍ରୀ ସରିତା ପଟେଲ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିଲା।ଏଥିରେ ବାହାର ରାଜ୍ୟ ର ୧୧୦ ଜଣ ସ୍ବେଚ୍ଛାସେବୀ ଙ୍କ ସମେତ ଓଡ଼ିଶାର ୧୧୦ ଜଣ ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ।ଏହି ଶିବିର କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସଂଯୋଜକ ଡାଃ. ଧ୍ରୁବଚରଣ ପଣ୍ଡା ,ଜିଲ୍ଲା ସଂଯୋଯିକା ଗଞ୍ଜାମ ସ୍ୱର୍ଣ୍ଣଲତା ପଟ୍ଟନାୟକ, ରାୟଗଡ଼ା ର ଡ଼ ଅର୍ଚ୍ଚନା ପଟ୍ଟନାୟକ,କୋରାପୁଟ ର କିଶୋର ବେହେରା, କନ୍ଧମାଳ ର ଦୀନବନ୍ଧୁ ମହାନ୍ତି , ୟୁଥ୍ ଅଫିସର ନକୁଳ ଚନ୍ଦ୍ର ଦେହୁରୀ, ଶ୍ରୀ ନିରଦ ବରଣ ଖୁଣ୍ଟିଆ, ଡ଼ ସତୀଶ ପ୍ରସାଦ ନାୟକ, ଏସ୍ ରୂପଲକ୍ଷ୍ମୀ ପ୍ରଭୃତି ଏହି ସାତ ଦିନିଆ ଶିବିର କୁ ସୁଚାର ରୂପେ ପରିଚାଳନା କରିଥିଲେ। ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରମାଣ ପତ୍ର ଦେବା ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here