ଶିଶୁଙ୍କ ଯୌନ ଶୋଷଣ ମୁକ୍ତ ସକାଶେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ।ଶିଶୁ ଯୌନ ସୁରକ୍ଷା ନିମନ୍ତେ ଗ୍ରାମଞ୍ଚଳ ରୁ ସମନ୍ୱୟ ଆବଶ୍ୟକ ରହିଛି

0
180

ବ୍ରହ୍ମପୁର,୧୧/୦୬/୨୦୨୨:ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ରାଜ୍ବସ ଡାକ ବଙ୍ଗଳା ରେ ଶିଶୁ ମାନଙ୍କ ଯୌନ ନିର୍ଯ୍ୟାତନା ମୁକ୍ତ କରିବା ନେଇ ଏକ ଜିଲ୍ଲା ସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭାଇ ସ୍ବେଛାସେବୀ ସଂଗଠନ ର ଦେବାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୃନ୍ଦାବନ ପଣ୍ଡା ଅଧକ୍ଷତା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୱାର୍ଲଡ ଭିଜନ ଇଣ୍ଡିଆ ନିତା ମେଡମ, ବିରେନ ଦିଗାଲ, ଚନ୍ଦନ ନାୟକ, ସୁନନ୍ଦା ସିଂ, ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରି ହର ପାଢ଼ୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଅମୀୟ ତ୍ରିପାଠୀ, ଗଜପତି ଜିଲ୍ଲା ର ଶିଶୁ ମଙ୍ଗଳ ସମିତି ର ଅଧକ୍ଷା ଅଳକା ସାହୁ, ବ୍ରହ୍ମପୁର ଏସଡିପିଓ ବିଷ୍ଣୁ ପ୍ରସାଦ ପତି,ବରିଷ୍ଠ ଆଇନଜୀବୀ ଟି. କେ. ରେଡ୍ଡୀ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗିତା ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ନରେଶ କୁମାର ସାହୁ, ଭାରପ୍ରାପ୍ତ ଶିଶୁ ସୁରକ୍ଷା ଅଧିକାରୀ ଶରତ ମହାରଣା, ପ୍ରମୁଖ ଉପସ୍ଥିତ ରହି ମତ ବ୍ୟକ୍ତ କରିଥିଲେ। ତୃଣ ମୂଳ ସ୍ତରରୁ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଗ୍ରାମ ସ୍ତରରେ ସମ୍ଭାବ୍ୟ ଶିଶୁ ଅଧିକାର କ୍ଷୁର୍ଣ୍ଣ ଶିଶୁ ଙ୍କୁ ଶୀଘ୍ର ଚିହ୍ନଟ କରିବା ସହ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ରେ ଆଲୋଚନା କରିବା ନିୟମ ରହିଛି।ଶିଶୁ ମାନଙ୍କ ଯୌନ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା ରୋକିବା ସକାଶେ ଗ୍ରାମ ର ଆଶା, ଅଙ୍ଗନବାଡି, ପଂଚାୟତ ପ୍ରତିନିଧି, ଶିକ୍ଷକ, ମହିଳା ସ୍ୱୟଂ ସହାୟକ ଦଳ, ପଞ୍ଚାୟତ ସ୍ତରୀୟ ମହାସଂଘ, ସାମ୍ବାଦିକ, ସ୍ବେଛାସେବୀ ସଂଗଠନ, ପୋଲିସ, ଶିଶୁ ସୁରକ୍ଷା ଅଧିକାରୀ, ପଂଚାୟତ ଅଧିକାରୀ, ଚାଇଲଡ ଲାଇନ, ସଖି, ମାନଙ୍କ ଏକାଭିମୁଖି କରଣ ଲକ୍ଷ ନେଇ କାର୍ଯ୍ୟ କରିବାକୁ ସମସ୍ତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଏଥିରେ ଯୌନ ଶିକାର, ଏସିଡ ଆକ୍ରମଣ ଶିଶୁ ମାନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥିବା କଥା ମଧ୍ୟ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଭାଇ ସ୍ବେଛାସେବୀ ସଂଗଠନ ର ସୁବ୍ରତ ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଏଥିରେ ଅରୁଣ ଶତପଥି, ପ୍ରଶାନ୍ତ ସ୍ୱାଇଁ, ଅରୁଣ ପାତ୍ର, ପ୍ରଦୀପ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here