ଆଡପଡ଼ାରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର କ୍ୟାମ୍ପ କୋର୍ଟ ଅନୁଷ୍ଠିତ

0
528

ବ୍ରହ୍ମପୁର,୨୯/୦୬/୨୦୨୨:
ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ସୌଜନ୍ୟରୁ ଆଜି ବୁଧବାର ଦିନ ଆଡ଼ପଡ଼ା ପଂଚାୟତ ଠାରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଅଛି । ପଞ୍ଚାୟତ ସଭାଗୃହରେ ସରପଞ୍ଚ ଶ୍ରୀମତୀ ଶର୍ମିଷ୍ଠା ରାଉତଙ୍କ ସହଯୋଗିତରେ ଆୟୋଜିତ ଏହି କ୍ୟାମ୍ପ କୋର୍ଟରେ ମାନନୀୟ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ବିଚାରପତି ଶୁଭଶ୍ରୀ ମଲ୍ଲ ପ୍ରଦୀପ ପ୍ରଜ୍ବଳନ କରି କୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲେ । ଆୟୋଜିତ ଏହି କ୍ୟାମ୍ପ କୋର୍ଟରେ ପୂର୍ବ ନିର୍ଦ୍ଧାରିତ ୬ ( ଛଅ ) ଗୋଟି ମାମଲାର ଶୁଣାଣୀ କରାଯାଇଥିଲା । ସରକାରୀ ଓକିଲ ଦୀପକ କୁମାର ସେଠୀ ଓ ସତ୍ୟନାରାୟଣ ରଥ ଆଜିର ଅଦାଲତ ମକଦ୍ଦମା ପରିଚାଳନା କରିଥିଲା ବେଳେ ବରିଷ୍ଟ ଓକିଲ ସୁରେଶ ଚନ୍ଦ୍ର ସାହୁ ,ରସାନନ୍ଦ ରାଉତ ,ନୀଳମାଧବ ରଥ ,ମନୋଜ କୁମାର ପଣ୍ଡା , ପ୍ରଶାନ୍ତ କୁମାର ଡାକୁଆ ,ବିଜୟ କୁମାର ପ୍ରଧାନ ପ୍ରମୁଖ ଓକିଲ ଅଦାଲତି ମାମଲା ପରିଚାଳନାରେ ସହଯୋଗ କରିଥିଲେ । ପାଟପୁର ଥାନା ପକ୍ଷରୁ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ରହିଥିଲେ । କୋର୍ଟ କର୍ମଚାରୀଙ୍କ ଦ୍ଵାରା ମାମଲା ଗୁଡ଼ିକର ସଫଳ ପରିଚାଳନା କରାଯାଇଥିଲା ।ଆଡପଡା ଗ୍ରାମ ପଂଚାୟତ ପକ୍ଷରୁ ସମାଜସେବୀ ନୀଳମାଧବ ରାଉତ , ନବ କିଶୋର ପ୍ରଧାନ ,ଡାକ ରାଉତ , ମୁନା ରାଉତ , ତାରିଣୀ ପରିଡ଼ା ,ଲାଲୁ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରେଇଥିଲେ ।

LEAVE A REPLY

Please enter your comment!
Please enter your name here