ବ୍ରହ୍ମପୁର,୦୨/୦୬/୨୦୨୨:ଆଜି ବହୁପ୍ରତିକ୍ଷିତ ସୁନାପୁର ସେବା ସମବାୟସମିତିର ନିର୍ବାଚନ ବିଳମ୍ବରେହେଲେ ସୁଦ୍ଧା ସୁନାପୁରଗ୍ରାମମୁଖ୍ୟ ଶ୍ରୀମିତ୍ରା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତିଶୃଙ୍ଖଳାର ନିର୍ବିବାଦରେ ସମସ୍ତ ବାରଜଣ ନିର୍ଦ୍ଦେଶକ/ ସଭାପତି ନିର୍ଦ୍ବନ୍ଦରେ ମନୋନୀତ ହୋଇଥିବା ଯୋଗୁଁ ଅଞ୍ଚଳରେ ଖୁସୀପରିଲକ୍ଷିତ ହୋଇଛି,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦଣ୍ଡପାଣି ମହାରଣା ନିର୍ବାଚନଅଧିକାରୀ ଦାୟିତ୍ୱ ତୁଲାଇଥିଲେ , ସମ୍ପାଦକ ସତ୍ୟନାରାୟଣ ପ୍ରଧାନ,ଆଜିର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ। ସୁନାପୁର ସେବା ସମବାୟସମିତି ସଭାପତି ଭାବେ ଜି. କ୍ରିଷ୍ଣା ରାଓ ଅପ୍ରତିଦ୍ବନ୍ଦି ମନୋନୀତ ହୋଇଥିଲେ। ସମସ୍ତ ଗ୍ରାମବାସୀଙ୍କୁ ସମ୍ମାନ ଜଣାଇ ସଭାପତି ମନୋନୀତ କରିବାରେ ପ୍ରସ୍ତାବକ ଥିଲେ। ଏସ. ଆଦିନାରାୟଣ, ଉପସ୍ଥାପକ ପ୍ରହଲ୍ଲାଦ ନାୟକ, ପତ୍ତିସୁନାପୁର,ଅନନ୍ତରାୟପୁର, କତୁରୁ, କୃପାନିଧିପେଣ୍ଠ, ଏ. ସୁନାପୁର, ସୁନାପୁର ଆଦି ଗ୍ରାମର ଗଣ୍ୟମାନ୍ୟବ୍ୟକ୍ତି ଉପସ୍ଥିତ ଥିଲେ।