ବ୍ରହ୍ମପୁର,୦୯/୦୭/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁ ପଞ୍ଚାୟତରେ ସରପଞ୍ଚ ଜଗମୋହନ ପାତ୍ର ଙ୍କ ଅଭିନବ ପ୍ରୟାସ ରେ ଆରମ୍ଭ ହେଲା ନିଶୁଳ୍କ ଆମ୍ବୁଲାନ୍ସ ସେବା। ପଞ୍ଚାୟତ ଲୋକ ଙ୍କ ସେବା ଯୋଗାଇବ ଏହି ଆମ୍ବୁଲାନ୍ସ। ନିଜ ଅଞ୍ଚଳରୁ ଆମ୍ବୁଲାନ୍ସ ସମସ୍ୟା ଦୂର କରିଛନ୍ତି ନିଜେ। ଏଥି ପାଇଁ କୌଣସି ସରକାରୀ ସହାୟତା ଲୋଡ଼ି ନାହାନ୍ତି। ଗାଁର ଯୁବଗୋଷ୍ଠୀ ଦ୍ଵାରା ଗଠିତ ସଙ୍ଗଠନ ହରିଓଁ ଗ୍ରୁପ, ସମାଜସେବୀ ଓ ନିର୍ବାଚିତ ପ୍ରତିନିଧି ଙ୍କ ସହାୟତା ରେ ଆରମ୍ଭ କରିଛନ୍ତି ଆମ ଆମ୍ବୁଲାନ୍ସ ସେବା। ସରକାରୀ ଆମ୍ବୁଲାନ୍ସ ସେବା ଭଳି ଏଥିରେ ବି ପଞ୍ଚାୟତ ବାସି ପାଇବେ ମାଗଣା ସେବା। ବାହୁଡ଼ା ଯାତ୍ରା ଉପଲକ୍ଷେ ଖୋଲେଶ୍ୱର ଶିବମନ୍ଦିର ରେ ପୂଜା କରାଇ ଆରମ୍ଭ ହୋଇଥିଲା। ଗ୍ରାମର ବିଶିଷ୍ଟ ବ୍ୟକ୍ତି, ଯୁବଗୋଷ୍ଠୀ ଏହି ଆମ୍ବୁଲାନ୍ସ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ ଓ ଏହି ୨୪ ଘଣ୍ଟିଆ ସେବା ପାଇଁ ଖୁସି ବ୍ୟକ୍ତ କରି ଥିଲେ। ନିଜ ଗ୍ରାମ ସେବା ଭଳି ଅନ୍ୟ ପଂଚାୟତର ସେବା ମଧ୍ଯ ଯୋଗାଇ ଦିଆ ଯିବ ବୋଲି ସରପଞ୍ଚ କହିଛନ୍ତି। କରୋନା ସମୟରେ ମଧ୍ୟ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା, ୧୦୮ସେବା ବିଳମ୍ବ ହେଉଥିବା ଯୋଗୁଁ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିବା ସରପଞ୍ଚ କହିଛନ୍ତି।ନିଜ ଗାଁର ଯୁବଗୋଷ୍ଠୀ ସରପଞ୍ଚ, ନାଏବ ସରପଞ୍ଚ, ପଞ୍ଚାୟତ ପ୍ରତିନିଧି ମାନ ଙ୍କ ମାସିକ ଦରମାରେ, ସଂଘ ପ୍ରତ୍ୟେକ ସଦସ୍ୟ ମାସିକ ୫୦ଟଙ୍କା ଅର୍ଥ ବିନିଯୋଗ କରାଯିବ। ଗ୍ରାମ୍ୟ ସଭାପତି ବଂଶୀଧର ପାତ୍ର,ସମିତିସଭ୍ୟ ପ୍ରତିନିଧି କାଳିଆ ବେହେରା,ନାଏବ ସରପଞ୍ଚ ଡି. ଲିଲାବତି
ଗ୍ରାମ୍ୟ ଭଦ୍ରବ୍ୟକ୍ତି ବାବାନାଥ ପାତ୍ର, ଡି. ଗୋରେୟା, ବାଳକୃଷ୍ଣ ବେହେରା , ରମେଶ ବେହେରା, ସଞ୍ଜୟ ବେହେରା, ପ୍ରଶାନ୍ତ ବେହେରା,ହରିଓଁ ଗ୍ରୁପ୍ ସଦସ୍ୟ ସିତେନ୍ଦ୍ର ପାତ୍ର, ସଞ୍ଜୟ ପରିଡ଼ା, ସଲିପ୍ ପାତ୍ର, ବିଦ୍ୟାଧର ଦଳେଇ, କୁମୁଦ ରଞ୍ଜନ ବିଶୋଇ, ବୁଦ୍ଧଦେବ ଜେନା, ସାଗର ପାତ୍ର, ବଳିଆ ମହାକୁଡ଼, ଗଗନ ଦଳାଇ, ସଞ୍ଜୟ ଦଳାଇ , ଅଙ୍ଗଦ ଦଳବେହେରା,ନକୁଳ ସେଠୀ, ନନ୍ଦନ ବେହେରା ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।