ଗାଈ ଗୋରୁଙ୍କ ଦ୍ବାରା ଫସଲ କ୍ଷତିକୁ ନେଇ ରାସ୍ତାରୋକ

0
155

ବୁଗୁଡା, ୦୯/୦୭/୨୦୨୨ :
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରରେ ଗାଈ ଗୋରୁ ଦ୍ୱାରା ଫସଲ ନଷ୍ଟ ହେଉଥିବା ପ୍ରତିବାଦରେ ବୁଗୁଡା ଓଡିଆସାହି ଛକ ଠାରେ ଚାଷୀମାନେ ବୁଗୁଡା – ପୋଲସରା ମୁଖ୍ୟ ରାସ୍ତା ଅବରୋଧ କରିଥିବା ଜଣାପଡିଛି। ବୁଗୁଡା ସହରର ଧାନଚାଷ କରୁଥିବା ଚାଷୀମାନେ ଘରେ ରଖିଥିବା ଧାନ ଓ ଚାଷ ଜମିରେ ଚାଷ କରିବା ପାଇଁ ପକାଇଥିବା ତଳି ଓ ଅନ୍ୟାନ୍ୟ ଫସଲ ବୁଲା ଗାଈ ଗୋରୁ ନଷ୍ଟ କରୁଥିବା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିବା ସହ ବୁଗୁଡା – ପୋଲସରା ମୁଖ୍ୟ ସଦକରେ ରାସ୍ତାରୋକ କରିବାକୁ ବାଧ୍ୟହୋଇଥିଲେ। ରାସ୍ତାରୋକ ଖବର ପାଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ପୋଲିସ ଥାନା ଆଇଆଇସି ଚିତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ରତ ଚାଷୀଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦେବା ପରେ ଦୀର୍ଘ ଦୁଇଘଣ୍ଟା ପରେ ରାସ୍ଥାରୋକ ହଟିଥିଲା।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here