ଢିମିରାପଲି ମଳିକ ସାହି ସାର୍ବଜନୀନ ଜାଗା ଜବର ଦଖଲ ଅଭିଯୋଗ

0
365

ସାନଖେମୁଣ୍ଡି , ୧୪/୦୭/୨୦୨୨ : ଆଦିବାସୀ ଅଧ୍ୟୁଷିତ ପୋଡ଼ାମାରୀ ରାଜସ୍ବ ସର୍କଲ ଆନ୍ତର୍ଗତ ଢିମିରାପଲ୍ଲୀ ମଳିକ ସାହିରେ ଜଙ୍ଗଲ ଜମି ଅଧିକାର ଅନ୍ତର୍ଗତରେ ଥିବା ଆଦିବାସୀଙ୍କ ଜମିକୁ ସାଧାରଣରେ ଦଖଲକୁ ନେଉଥିବା ଅଭିଯୋଗ ହେଉଅଛି । ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରି ପ୍ରଥମେ ଛେଳି ରଖିବା , ପରେ ଝୁମୁଡ଼ି ଗୁହାଳ କଲାପରେ କିଛି ଦିନ ପରେ ସେମାନଙ୍କୁ ନିଜ ପୀତୃପିତା ଅମଳର ଜାଗାରୁ ବେଦଖଳ କରାଯାଇଥିବା ଖବର ରହିଅଛି । ନିରୀହ ଆଦିବାସୀ ନିଜ ପେଟ ପାଟଣା ପାଇଁ ବଣ ଜଙ୍ଗଲରେ ବୁଲୁଥିବା ବେଳେ ସେମାନଙ୍କ ଜଙ୍ଗଲ ଜମି ଅଧିକାର ସୂତ୍ରରେ ରହିଥିବା ଜମିକୁ ସାଧାରଣରେ ଅକ୍ତିଆର କରିବା ସହ ଆଦିବାସୀଙ୍କୁ ନିଜ ପଡ଼ାରେ ବନ୍ଦୀ ରଖିବା ଭଳି ସୃଷ୍ଟି ହୋଇଅଛି । ଏପରିକି ନିଜ ପଡ଼ା କୁ ସଂଯୋଗ କରୁଥିବା ସର୍ବସାଧାରଣ ରାସ୍ତା ଏବଂ ନାଳକୁପକୁ ବାହାରିଥିବା ରାସ୍ତା ସହ ବନ୍ଧବାଡ ଯିବା ରାସ୍ତାକୁ ବନ୍ଦ କରି ରଖୁଥିବା ନେଇ ଆଜି ଢିମିରାପଲ୍ଲୀ ମଳିକ ସାହିର ପ୍ରଫୁଲ୍ଲ ମଳିକ , କେଶବ ମଳିକ , ହାଡୁ ମଳିକ , ଦେବରାଜ ମଳିକ , ପୁନିଆ ମଳିକ ,ଜୟ ମଳିକ ପ୍ରମୁଖ ବାସିନ୍ଦା ଆଜି ସାନଖେମୁଣ୍ଡି ତହସିଲଦାରଙ୍କୁ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିବା ସହିତ ଏଥି ସମନ୍ଧୀତ ଅଭିଯୋଗ ପତ୍ର ଦେଇଛନ୍ତି । ତହସିଲଦାର ଡ଼ , ଶ୍ରୀନିବାସ ବେହେରା ଅଭିଯୋଗକାରୀଙ୍କ ଗୁହାରୀ ଶୁଣିବା ସହିତ ଅଭିଯୋଗ ଲିପିବଦ୍ଧ କରିଛନ୍ତି । ଜବରଦଖଲ କାରୀଙ୍କ ଆକ୍ତିଆରରେ ଥିବା ଜମିର କିସମ ଓ ପରିମାଣକୁ ଆଲୋଚନାକୁ ନେଇ ଅନୁସନ୍ଧାନ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here