ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ ଘୃଣ୍ୟ ମନ୍ତବ୍ୟକୁ ବିରୋଧ କରି ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ

0
204

ବ୍ରହ୍ମପୁର,୧୪/୦୭/୨୦୨୨:
ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ ଘୃଣ୍ୟ ମନ୍ତବ୍ୟକୁ ବିରୋଧ ଏବଂ ଓଡ଼ିଆ ବିରୋଧୀ କଂଗ୍ରେସ ବିରୁଦ୍ଧରେ ଆଜି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଗିରି ରୋଡ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ “ରାହୁଲ୍ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ” କରାଯାଇଥିଲା । କଂଗ୍ରେସ ନେତାଙ୍କ ଏଭଳି ହୀନ ମନ୍ତବ୍ୟକୁ ବିଜେପି ନେତା ମାନେ ଦୢଢ଼ ବିରୋଦ୍ଧ କରିବା ସହ କଂଗ୍ରେସ ନେତାଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ କଂଗ୍ରେସ ଉପରେ ବର୍ଷିଥିଲେ । କଂଗ୍ରେସ ଦଳ।ଦେଶକୁ କେବଳ ଗୋଟିଏ ପରିବାର ଶାସନ କରିଥାନ୍ତା, କେହି ସାଧାରଣ ପରିବାର ଲୋକ ନୁହେଁ । ନରେନ୍ଦ୍ର ମୋଦି, ଦ୍ରୌପଦୀ ମୂର୍ମୁଙ୍କ ଭଳି ବ୍ୟକ୍ତିତ୍ବକୁ ବରଦାସ୍ତ କରିପାରୁନି କଂଗ୍ରେସ । କଂଗ୍ରେସ ଦଳ ଗଣତନ୍ତ୍ର ବିରୋଧୀ, ଆଦିବାସୀ ବିରୋଧି,ମହିଳା ବିରୋଧି ଏବଂ ଓଡ଼ିଆ ବିରୋଧି ବୋଲି ଆଜି ବିଜେପି ନେତା ମାନେ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର,ରାମ କୁମାର ପାତ୍ର,ସିଦ୍ଧାନ୍ତ ଗଙ୍ଗଦେବ,ବବିତା ପାତ୍ର,ଡା.ସୁବାଷ ସାହୁ,ସୁଶିଳା ମଲ୍ଲିକ,ପ୍ରଦୀପ ଶତପଥି, ଡ଼ି.କରୁଣାକର,ନୀଳକଣ୍ଠ ସାହୁ,ବାଳକୃଷ୍ଣ ସାମନ୍ତରା,ସୁନିଲ କୁମାର ସାହୁ,ମଦନ ମହୋନ ପାତ୍ର,ସୁବ୍ରତ ପାଳ,ବନିତା ସାହୁ, ସି.ଏଚ୍.ଆପନା,ଶିବ ଶଙ୍କର ନାୟକ,ଅଭିରାମ ସାହୁ,କେ.ଟୁଙ୍ଗୁରୁ ପାତ୍ର,ଶିବ ଶଙ୍କର ଶତପଥି,କିରଣ କୁମାର ସାହୁ,ବାଙ୍କାନିଧି ସେଠୀ,ପ୍ରଫୁଲ୍ଲ ସାହୁ,ମଦନ ସାହୁ,ମହେଶ ତ୍ରିପାଠୀ, ଅନୁରାଧା ସାହୁ, ଭାଗ୍ୟପ୍ରଭା ପଟ୍ଟନାୟକ, ନିବେଦିତା ପାଢ଼ୀ, ନର୍ମଦାମଣି ରାଜୁ,ବିନୋଦ ସିଂ, ପ୍ରଜ୍ଞା ପରମିତା ପାଢୀ,ମିଲନ୍ ସିଂ,ପି.ରାଜେନ୍ଦ୍ର କୁମାର,ଡା.ରାମହରି ଖଣ୍ଡୁଆଳ, ସରୋଜ ଦାସ,ମନୋଜ ମହାରଣା,ରବି ନାରାୟଣ ସାବତ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here