ଚିକିତ୍ସା ରେ ଅର୍ଥ ସାଜିଛି ବାଧକ, ଅସହାୟ ଅବସ୍ଥାରେ ଯୁବକ

0
229

ବ୍ରହ୍ମପୁର,୧୮/୦୭/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଠାର ସିଂ ଗ୍ରାମ ପଞ୍ଚାୟତ ଭାଲିଆଗଡ଼ ଗ୍ରାମର ବାଧକ ସାଜିଛି ଅର୍ଥ,ଚିକିତ୍ସା ଅଭାବରୁ ଜଣେ ଯୁବକ ଶଯ୍ୟାରେ ଅସହାୟ ଅବସ୍ଥାରେ ପଡ଼ିରହିଛି।ପାଞ୍ଚ ଦିନ ଧରି ବ୍ରହ୍ମପୁର ବଡ଼ମେଡିକାଲ୍ ରେ ପକ୍ଷାଘାତ ରୋଗ ଚିକିତ୍ସା ପରେ ଅର୍ଥ ଅଭାବରୁ ପଡ଼ି ରହିଛନ୍ତି ପରିତ୍ୟକ୍ତ ଭଗ୍ନ ଅବସ୍ଥାରେ ଥିବା ଗିରିସୋଲା ଟ୍ରକ କାଣ୍ଟା ଗୃହରେ। ମୁଣ୍ଡ ଗୁଞ୍ଜିବାକୁ ଘର ଥିଲେ ମଧ୍ୟ ଘର ଉପରେ ଚାଳ ଛପର ନାହିଁ। ୨୦୧୧ମସିହାରେ ଇନ୍ଦିରା ଆବାସ ଗୃହ ପାଇଥିଲେ ମଧ୍ୟ ଆର୍ଥିକ ଅନଟନ ଯୋଗୁଁ ତିଆରି କରି ପାରି ନଥିଲେ ସିମାଦ୍ରି। ସେହି ପରି ଭଗ୍ନ ଅବସ୍ଥାରେ ଥିବା କହିଛନ୍ତି।ଖାଇବାକୁ ପାଖରେ କଉଡିଟିଏ ନାହିଁ। କିଛି ସାଙ୍ଗସାଥୀ ପାଳି କରି ଦେଉଛନ୍ତି ଖାଇବାକୁ। ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଭାଲିଆ ଗଡ଼ ଗ୍ରାମର ବି. ସୀମାଦ୍ରି। ବୟସ,୪୨ ପିଲା ଦିନରୁ ଦୁଃଖ କଷ୍ଟ କରି ଚଳୁଥିଲେ। ସ୍ତ୍ରୀ ପିଲା ଅର୍ଥ ଅଭାବରୁ ଛାଡ଼ି ଅନ୍ୟତ୍ର ରହୁଛନ୍ତି।ମା ଦୁର୍ଘଟଣାରେ ଚାଲି ଯାଇଛନ୍ତି। ରିକ୍ସା ଟାଣି ଦୁଃଖ କଷ୍ଟ ରେ ଜୀବନ ଅତିବାହିତ କରିବା ସମୟରେ ଏକ ରୋଗ ମାଡ଼ି ବସିଲା। ବର୍ତମାନ ସମୟରେ ରୋଜଗାର କରି ନିଜ ପେଟ ପୋଷିବା ସମ୍ଭବ ନୁହେଁ ବୋଲି ସିମାଦ୍ରୀ କହିଛନ୍ତି। ପକ୍ଷାଘାତ ରୋଗ ମାଡ଼ି ବସିଲା ପରେ ଚିକିତ୍ସା କରିବା ପାଇଁ ଅର୍ଥ ଅଭାବ। ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଚିକିତ୍ସା ପରେ ବର୍ତ୍ତମାନ ପରିତ୍ୟକ୍ତ ଘରେ ପଡି ରହିଛି ସୀମାଦ୍ରୀ।ରାସନ୍ କାର୍ଡ , ଆଧାର କାର୍ଡ ସମସ୍ତ ସରକାରୀ ରେକର୍ଡ଼ ଏହିପରି ଅବସ୍ତାରେ ଥିବାବେଳେ କୌଣସି ଲୋକ ଚୋରୀ କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ରାସନ୍ କାର୍ଡ ନ ଥିବାରୁ ସେଥିରୁ ବଞ୍ଚିତ ଅଛନ୍ତି ବୋଲି କହିଛନ୍ତି। ରାସନ କାର୍ଡ ଥିଲେ କୋଉଠି ନା କୋଉଠି ଚିକିତ୍ସା ହୋଇ ପାରି ଥାଆନ୍ତା। ଧାର କରଜ କରି ଥିଲେ ତାହା ଚିକିତ୍ସା ପାଇଁ ଖର୍ଚ୍ଚ ହୋଇ ଗଲା, ଆଉ ଚଳିବା ସମ୍ଭବ ହେଉନି ବୋଲି କହିଛନ୍ତି । ଉତ୍ତମ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ବାହାର କୁ ଯାଇ ପାରୁନି ବୋଲି କହିଛନ୍ତି। ସିମାଦ୍ରୀ ର ଏହିପରି ଅବସ୍ଥା ଦେଖି ସୋରଳ ଜଙ୍କସନ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଖାଇବା ପିଇବା ସହ ପରିତ୍ୟକ୍ତ ଘରେ ପଡ଼ି ରହିଛନ୍ତି। କୌଣସି କାମ ଧନ୍ଦା କରି ପାରୁ ନାହାନ୍ତି। ରୋଜଗାର କରିବା ଆଶାରେ ଅଛନ୍ତି କିନ୍ତୁ କରି ପାରୁ ନାହାଁନ୍ତି। ସ୍ଥାନୀୟ ବାସିନ୍ଦା ଉନ୍ନତ ମାନର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବୀ କରିଛନ୍ତି। ଏହାକୁ ନେଇ ଉପଜିଲ୍ଲାପାଳ ଙ୍କୁ ଜଣାଇ ରେଡକ୍ରସ ପାଣ୍ଠି ରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ସିମାଦ୍ରି ଜଣେ ପକ୍ଷଘାତ ରୋଗୀ । ଗୋଟିଏ ହାତ ଓ ଗୋଟିଏ ଗୋଡ ପକ୍ଷଘାତ ଯୋଗୁଁ ଚଳୁନାହିଁ । ପରିବାରଲୋକ କହିଲେ କେହି ନାହାନ୍ତି । ସେ ସଂପୂର୍ଣ୍ଣ ବେସାହାରା ଭାବରେ ଗ୍ରାମର ଏକ ରେଷ୍ଟସେଡ୍ ରେ ପଡି ରହିଥିଲେ । ଜୀବନ ଯେଉଁ ଠାରେ ଅତିବାହିତ କରୁଥିଲେ ସେହି ସ୍ଥାନକୁ ଯାଇ ରହିଛନ୍ତି। ଗ୍ରାମବାସୀ କିଏ ଦେଲେ ଖାଆନ୍ତି ନହେଲେ ଉପବାସରେ ପଡି ରୁହନ୍ତି । ଏହି ପରି ଅବସ୍ଥା ଦେଖି କେହି ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ନାହିଁ । ସୀମାଦ୍ରି କୁ ଚିକିତ୍ସା ଓ ସେବା ଦରକାର।ଜିଲ୍ଲାରେ ମାଳ ମାଳ ସ୍ୱେଚ୍ଛାସେବୀ ସଂସ୍ଥା ଥିଲେ ମଧ୍ୟ କେବଳ ସରକାରୀ ଅନୁଦାନକୁ ଅପେକ୍ଷା । ଏହିଭଳି ନିସହାୟ ଲୋକଙ୍କ ପାଇଁ ଯେପରି ଭଗବାନ ହିଁ ଭରସା । ଏହି ଘଟଣା ସଂପର୍କରେ କୋଠାର ସିଂ ଗ୍ରାମପଞ୍ଚାୟତର ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀ ଏ ସଂପର୍କରେ ଗ୍ରାମପଞ୍ଚାୟତ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ତୁରନ୍ତ କରି ସିମାଦ୍ରୀ ଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଥିଲେ। ଏପର୍ଯ୍ୟନ୍ତ ସିମାଦ୍ରି ଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳି ନଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here