ଭଡା ଘରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

0
300

ବୁଗୁଡ଼ା, ୧୮/୦୭/୨୦୨୨ : ବୁଗୁଡ଼ା ସହରର ସିମାଞ୍ଚଳ ମାର୍ଗରେ ଏକ ଭଡା ଘରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି l ବୃଦ୍ଧା ପତ୍ନୀଙ୍କ ମୃତ ଦେହ ଚଟାଣରେ ପଡି ରହିଥିବା ବେଳେ ବୃଦ୍ଧ ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି l ମୃତ ଦମ୍ପତି ହେଲେ କବିସୂର୍ଯ୍ୟନଗର ଥାନା ଚନ୍ଦ୍ରମାଦେଇପୁର ଶାସନ ଗ୍ରାମର ପ୍ରଫୁଲ୍ଲ ନନ୍ଦ (୭୩ ) ଓ ସୁମତି ନନ୍ଦ(୬୫ ) l ବୃଦ୍ଧ ଦମ୍ପତିଙ୍କ ଦୁଇ ପୁଅ ଥିବାରୁ ପନ୍ଦର ଦିନ ଲେଖାଏଁ ପାଳି କରି ଦୁଇ ପୁଅଙ୍କ ପାଖରେ ବାପା, ମା ରହୁଥିଲେ l ସାନ ପୁଅ ଚନ୍ଦ୍ରମାଦେଇପୁର ଶାସନରେ ରହୁଥିବା ବେଳେ ବୁଗୁଡ଼ା ସିମାଞ୍ଚଳ ମାର୍ଗରେ ଭଡା ଘରେ ରହୁଥିବା ତାଙ୍କ ବଡ଼ ପୁଅ ମନୀନ୍ଦ୍ରଙ୍କ ଘରକୁ ଏବେ ପ୍ରାୟ ଦଶ ଦିନ ହେଲା ଆସିଥିଲେ l ସୁମତିଙ୍କ ଦେହ ଅସୁସ୍ଥ ଥିବାରୁ ସେ ଚାଲି ବସି ପାରୁ ନଥିଲେ l ଗତକାଲି ରାତ୍ରୀ ଭୋଜନ ପରେ ସବୁଦିନ ଭଳି ବୃଦ୍ଧ ଦମ୍ପତି ଉପର ଘରକୁ ଶୋଇବାକୁ ଯାଇଥିବା ବେଳେ ପୁଅ ବୋହୁ ତଳ ଘରେ ଶୋଇଥିଲେ l ପୁଅ ମନୀନ୍ଦ୍ର ଆଜି ସକାଳ ୬ଟାରେ ବାପାଙ୍କ ପାଖକୁ ଚାହା ଧରି ଯାଇଥିଲେ । ତେବେ ବହୁ ସମୟ ଧରି କବାଟ ଠକ୍ ଠକ୍ କରିଥିଲେ ମଧ୍ୟ କେହି କବାଟ ନଖୋଲିବାରୁ ସାହି ପଡୋଶୀଙ୍କୁ ଡାକି କବାଟ ଭାଙ୍ଗି ଖୋଲି ଦେଖିବା ବେଳକୁ ବାପାଙ୍କ ମୃତ ଦେହ ପଙ୍ଖାରେ ଝୁଲୁଥିବା ବେଳେ ମାଙ୍କ ମୃତ ଦେହ ଚଟାଣରେ ପଡି ରହିଥିଲା l ମନୀନ୍ଦ୍ର ଏ ନେଇ ବୁଗୁଡ଼ା ଥାନାରେ ଖବର ଦେବା ପରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ କେସ୍ ନଂ- ୧୬ /୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ଭଞ୍ଜନଗର ପଠାଇ ଥିଲେ l ସୁମତିଙ୍କ ବେକରେ ଏକ ଧଳା ଗାମୁଛା ଗୁଡ଼ାଇ ହୋଇ ରହିଥିବାରୁ ବୃଦ୍ଧା ଜଣଙ୍କ ପତ୍ନୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି ନା ଅସୁସ୍ଥ ଥିବା ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନି l ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ପୋଲିସ କହିଛି l

LEAVE A REPLY

Please enter your comment!
Please enter your name here