ଓଲିଉଡ ଷ୍ଟାର ବାବୁସାନଙ୍କ ସହ ପତ୍ନୀଙ୍କ ଝଗଡ଼ା ହେବାର ଭିଡିଓ ଭାଇରାଲ

0
433

ଭୂବନେଶ୍ୱର,୨୩/୦୭/୨୦୨୨:
ଓଲିଉଡ ଷ୍ଟାର ବାବୁସାନଙ୍କ ସହ ପତ୍ନୀଙ୍କ ଝଗଡ଼ା ହେବାର ଭିଡିଓ ଭାଇରାଲ ହୋଇଛି।ବାବୁସାନଙ୍କ ସହ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ବାବୁସାନ ଙ୍କ ପତ୍ନୀ ଟଣାଓଟରା କରୁଥିବା ଦୃଶ୍ୟ ଭିଡିଓ ରେ ଭାଇରାଲ ହୋଇଛି। ଆଜି ସକାଳେ ଉଭୟ କାରରେ ଯାଉଥିବା ବେଳେ ଗାଡି ଅଟକାଇ ଟଣାଓଟରା କରିଛନ୍ତି।ରାସ୍ତା ଉପରେ କଳିଝଗଡ଼ା କରୁଥିବାର ଦୃଶ୍ୟ ଭାଇରାଲ ହୋଇଛି।ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ ହାଇଡ୍ରାମା । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନଙ୍କୁ ଧରିଲେ ତାଙ୍କ ପତ୍ନୀ । ଯାହା ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହୋଇଛି ।ରାଜରାସ୍ତା ରେ ଓଲିଉଡ ଷ୍ଟାରଙ୍କ ଘର କଳି ପଦାରେ ପଡିଛି । ରାସ୍ତା ଉପରେ ବାବୁସାନଙ୍କ ସହ ଝଗଡ଼ା କଲେ ପତ୍ନୀ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଥିବା ବେଳେ ଧରିଲେ ପତ୍ନୀ । ବାବୁସାନଙ୍କ ସାଥିରେ ଥିବା ହିରୋଇନ୍ ପ୍ରକୃତି ମିଶ୍ର ଓଲିଉଡ଼ର ଜଣେ ଚର୍ଚ୍ଚିତ ଚେହେରା । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ଅଭିନେତ୍ରୀଙ୍କୁ ନିର୍ଧୁମ ଛେଚିଲେ ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଅଭିନେତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।ଏହି ସମୟର ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଲୋକେ ଭିଡିଓ ସୁଟ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଅଭିନେତ୍ରୀଙ୍କୁ ସାଙ୍ଗରେ ଧରି କୁଆଡ଼େ ଯାଉଥିଲେ ବାବୁସାନ । ଦୁହିଁଙ୍କ ଭିତରେ କ’ଣ ଥିଲା ସମ୍ପର୍କ । ବାବୁସାନଙ୍କ ପତ୍ନୀ ଙ୍କ କେଉଁଠାରୁ ଏମାନଙ୍କ ପିଛା କରୁଥିଲେ । ପୂର୍ବରୁ ଅଭିନେତ୍ରୀଙ୍କୁ ନେଇ ବାବୁସାନ ଓ ପତ୍ନୀଙ୍କ ଭିତରେ ବିବାଦ ଥିଲା କି? ରାସ୍ତା ମଝିରେ କାହିଁକି ଏତେ ପ୍ରତିକ୍ରିୟାଶୀଳ ହେଲେ ପତ୍ନୀ । ବାବୁସାନଙ୍କ ପଛରେ ଲୋକ ଲଗେଇଥିଲେ କି ତାଙ୍କ ପତ୍ନୀ । ପତ୍ନୀ ଉତକ୍ଷିପ୍ତ ହେବା ପଛରେ ରହିଛି କି ଅନ୍ୟ କିଛି କାରଣ ।

LEAVE A REPLY

Please enter your comment!
Please enter your name here