ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ ଏକଦିବସୀୟ ପାଠଚକ୍ର

0
155

ବ୍ରହ୍ମପୁର,୦୨.୦୮.୨୦୨୨: ସ୍ଥାନୀୟ ଆମ୍ବପୁଆ ସ୍ଥିତ ବ୍ରହ୍ମପୁର ସିଟି
ମହାବିଦ୍ୟାଳୟ ଠାରେ ଶିକ୍ଷା ବିଭାଗ ଦ୍ବାରା ଦ୍ଵିତୀୟ ସେମିଷ୍ଟାର ଶିକ୍ଷା ର ସମ୍ମାନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପାଠଚକ୍ରର ସନ୍ଦର୍ଭ ଥିଲା
“ମନୁଷ୍ୟ ଜୀବନ ଉପରେ ଗୁଣାତ୍ମକ ଶିକ୍ଷାର ପ୍ରଭାବ” । ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଅନୀତା କୁମାରୀ ପଣ୍ଡା ପାଠଚକ୍ରକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ
ତାରାତାରିଣୀ କଲେଜର ପ୍ରାଧ୍ୟାପିକା ଡ.ଗାୟତ୍ରୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୀବନରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଅଛି ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଲେଫନାନ୍ଟ ମେଘନାଦ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ହାସଲ ଦିଗରେ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ । ପାଠଚକ୍ରକୁ ଶିକ୍ଷା ବିଭାଗର ମୁଖ୍ୟ ଡ.ଅଜୟ କୁମାର ପେଣ୍ଡେଇ ପରିଚାଳନା
କରିବା ସହ ଅତିଥି ମାନଙ୍କର ସ୍ଵାଗତ ଭାଷଣ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡ.ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ । ପାଠଚକ୍ରରେ, ଦୁଷ୍ମନ୍ତ, ସାନଦେବୀ ନିଜର ସନ୍ଦର୍ଭ ପାଠ କରିଥିଲେ ।ପରିଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକ ଶ୍ରୀମତୀ ପ୍ରିତୀଭାଷିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here