ବିଜେଡି ପକ୍ଷରୁ ୪୨ ନଂ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ

0
21

ବୁଗୁଡା , ୨୨/୪/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ୍ ଅନ୍ତର୍ଗତ ମାଣିତରା ଗ୍ରାମରେ ବିଜୁ ଜନତା ଦଳର ପକ୍ଷରୁ ୪୨ ନଂ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଏପ୍ରିଲ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ଓ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ସାଂସଦ ପ୍ରାର୍ଥୀନୀ ଡକ୍ଟର ରଞ୍ଜିତା ସାହୁ ଏହି ସାଂଗଠନିକ ବୈଠକରେ ଯୋଗ ଦେଇଥିଲେ। ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଘରେ ଘରେ ପହଞ୍ଚି ନବୀନ ସରକାରଙ୍କ ଜନହିତକାରୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ସମସ୍ତ ବିଜେଡି କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସାଂଗଠନିକ ବୈଠକରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବରିଷ୍ଠ ନେତା ଧରଣୀଧର ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ୪୧ ନଂ ଜିଲ୍ଲା ପରିଷଦ ପ୍ରତିନିଧି ଟୁକୁନା ସ୍ୱାଇଁ, ୪୨ ନଂ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ୪୩ ନଂ ଜିଲ୍ଲା ପରିଷଦ ପ୍ରତିନିଧି ଜିତେନ୍ଦ୍ର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ , ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବରିଷ୍ଠ ସଦସ୍ୟ କେ.ନୀଳମାଧବ ଆଚାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି , ବିଜୁ ଜନତା ଦଳର ସଂଗଠକ ଓ ସକ୍ରୀୟ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଖୋଳଖାଳି ପଞ୍ଚାୟତର ଯୁବନେତା ସୂର୍ଯ୍ୟମଣି ଗୌଡ଼ଙ୍କ ନେତୃତ୍ୱରେ ତାଳସାକର ଗ୍ରାମର ଅନ୍ୟ ପାର୍ଟିର ୱାର୍ଡ ମେମ୍ବରଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ବିଜେଡି ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ସାମିଲ କରିବା ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here