ଯକୃତ ରୋଗରେ ପୀଡିତ ରୋଜଗାରିଆ ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ କଲେ ପରିବାର ଲୋକ

0
264

ବ୍ରହ୍ମପୁର,୦୫/୦୮/୨୦୨୩( ଟୁକୁନା ପ୍ରଧାନ)ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ମାଗୁଣି ଭୂୟାଁ ଙ୍କ ପୁଅ କୃଷ୍ଣଚନ୍ଦ୍ର ଭୂୟାଁ ବୟସ ୩୨ ବର୍ତ୍ତମାନ ଯକୃତ ରୋଗରେ ପୀଡିତ ହୋଇ ଟଙ୍କା ଅଭାବରୁ ଚିକିତ୍ସା ନ କରି ଘରେ ପଡ଼ି ରହିଛନ୍ତି । କୃଷ୍ଣ ର ଚିକିତ୍ସା ପାଇଁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ।ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ମାଗୁଣି ଭୂୟାଁ ଏବଂ ପ୍ରମିଳା ଭୂୟାଁ ଙ୍କ ଦୁଇ ପୁଅ ଏବଂ ଜଣେ ବୋହୂ ଅର୍ଥାତ୍ ସମୁଦାୟ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ତାଙ୍କ ପରିବାର ଢେର୍ ହସଖୁସିରେ ଚାଲିଥିଲା । ବଡ ପୁଅ କୃଷ୍ଣ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତରେ ଯୋଗାଣ ସହାୟକ ଭାବେ ଠିକା କର୍ମଚାରୀ ଭାବେ ମାସିକ ପାଞ୍ଚ ହଜାର ଟଙ୍କା ଦରମା ରେ କାର୍ଯ୍ୟ କରୁଥିଲେ । ହଟ୍ଟାତ୍ ଗତ ଚାରି ପାଞ୍ଚ ମାସ ତଳେ ବଡ ପୁଅ କୃଷ୍ଣ ର ଦେହ ଖରାପ ହେବାରୁ ଚିକିତ୍ସା ପରେ ସେମାନେ ଜାଣିବାକୁ ପାଇଲେ ଯେ ତାହାର ଦୁଇ ଗୋଟି ଯକୃତ (ଲିଭର) ପାଖା ପାଖି ୭୦% ଖରାପ ଅଛି । ବିଭିନ୍ନ ମେଡିକାଲ୍ ରେ ଚିକିତ୍ସା ପରେ ସେ ସୁସ୍ଥ ନ ହେବାରୁ ଶେଷରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲ ରେ ବର୍ତ୍ତମାନ ଚିକିତ୍ସା ହେଉଛନ୍ତି । ଡ଼ାକ୍ତର ଙ୍କ କହିବା ମୁତାବକ କୃଷ୍ଣଙ୍କର ଦୁଇ ଗୋଟି ଯକୃତ ପ୍ରତିରୋପଣ କରିବାକୁ ପଡିବ ଏଥିନିମନ୍ତେ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ୍ଚ ହେବ ବୋଲି । ଏତେ ଟଙ୍କା କୋଉଠି ଆଣିବେ ଏବଂ ଭେଣ୍ଡିଆ ରୋଜଗାରିଆ ପୁଅ କେମିତି ସୁସ୍ଥ ହେବ ଏ ନେଇ ଚିନ୍ତାରେ ପଡିଯାଇଛନ୍ତି ପରିବାର ଲୋକ । ଏବଂ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ। ଯଦି ଯେ କୌଣସି ସହୃଦୟବାନ ବ୍ୟକ୍ତିବିଶେଷ ଏବଂ ସରକାରୀ କିମ୍ବା ବେସରକାରୀ ସଂସ୍ଥା, ଜନପ୍ରତିନିଧି ମାନେ ସହାୟତା ପାଇଁ ଇଚ୍ଛା ପ୍ରକାଶ କରନ୍ତି ତେବେ ନିମ୍ନଲିଖିତ ଆକାଉଣ୍ଟ୍ ନମ୍ବର କିମ୍ବା ଫୋନ ପେ ନମ୍ବରରେ ସହାୟତା କରିପାରିବେ ନଚେତ୍ ନିମ୍ନଲିଖିତ ମୋବଇଲ୍ ନମ୍ବରରେ ଯୋଗାଯୋଗ କରି ତାଙ୍କୁ ଭେଟି ସହଯୋଗ କରିପାରିବେ ବୋଲି ନିବେଦନ କରିଛନ୍ତି ପରିବାର ଲୋକ ।

Name – krushna chandra Bhuyan
SBI, Kodala branch
Account no – 33599281529
Ifsc code – SBIN0001336
Phone pay no – 9937612640

LEAVE A REPLY

Please enter your comment!
Please enter your name here