ପୋଡ଼ାମାରୀ ପାର୍କ ନିକଟରେ ବାଇକ କୁ ଧକ୍କାଦେଲା ମିନିଟ୍ରକ : ଜଣେ ଗୁରୁତର

0
299

ସାନଖେମୁଣ୍ଡି,୧୦/୦୮/୨୦୨୨ : ପାଟପୁର ଥାନା ଅଞ୍ଚଳ ଡେଙ୍ଗାଉସ୍ତା ପୋଡାମାରି ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬ ଅନ୍ତର୍ଗତ ପୋଡ଼ାମାରୀ ପାର୍କ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜନୈକ ମୋଟର ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ବାଇକକୁ ଏକ ମିନିଟ୍ରକ ସମ୍ମୁଖ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି ।ଗୁରୁତର ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ମେଡ଼ିକାଲ ଓ ଅବସ୍ଥା ଗୁରୁତର ହେବାରୁ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ଗୁରୁତର ଆହତ ଜଣକ ପାଟପୁର ଥାନା ଖଣ୍ଡଦେଉଳି ଢେପ ସାହିର ସନ୍ତୋଷ ବେହେରା ହୋଇଥିବା ଜଣାଯାଇଛି । ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ବ କରିବା ସହ ଦୁର୍ଘଟଣା ଘଟାଇ ଥିବା ଉଭୟ ଯାନକୁ ଜବତ କରିଛି । ସନ୍ତୋଷଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣା ଯାଇଛି ।

LEAVE A REPLY

Please enter your comment!
Please enter your name here