ଗଞ୍ଜାମ ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ ନିର୍ବାଚନ କରିବା ନେଇ ଯାଞ୍ଚ କାର୍ଯ୍ୟ କଡାକଡି

0
18

ଛତ୍ରପୁର, ୩୦/୦୪/୨୦୨୪ : ଗଞ୍ଜାମ ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ ନିର୍ବାଚନ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛି । ଅପ୍ରିତିକର ପରିସ୍ଥିତିକୁ ରୋକିବା ନେଇ ଅନବରତ ଚଢାଉକାର୍ଯ୍ୟ ଚାଲିଛି । ନଗଦ ଟଙ୍କା, ମଦ କାରବାର କିମ୍ବା ଅନ୍ୟ କୌଣସି ଲାଞ୍ଚ କାରବାର ଗତିବିଧିକୁ ରୋକିବା ପାଇଁ ଫ୍ଲାଇଂ ସ୍କ୍ବାଡ୍ ଏବଂ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ କୁ ମୁତୟନ କରାଯାଇଅଛି । ଜିଲ୍ଲାର ସମସ୍ତ ଅଞ୍ଚଳର ଗତିବିଧି ଉପରେ ନଜର ରଖାଯାଇଅଛି । ଅନେକ ସ୍ଥାନରେ ଚେକ୍ ପୋଷ୍ଟ କରାଯାଇ ଷ୍ଟାଟିକ୍ ସରଭେଲାନ୍ସ ଟିମ୍ ଦ୍ବାରା ଯାଂଚ୍ କାର୍ଯ୍ୟ ଚାଲିଛି । ଯାଂଚ୍ କାର୍ଯ୍ୟ ଗୁଡିକ ସତର୍କତାର ସହିତ କରାଯାଇ ଭିଡିଓ ଉତ୍ତୋଳନ କରାଯାଉଛି । ଯାନବାହନ ଗୁଡିକର ଗତିବିଧିକୁ ମଧ୍ୟ ଏସଏସଟି ଦଳ ଦ୍ବାରା ରେକର୍ଡ କରାଯାଉଛି । ଫ୍ଲାଇଂ ସ୍କ୍ବାର୍ଡ ଗୁଡିକ ମଡେଲ ଆଚରଣ ସଂହିତା ଏବଂ ବ୍ୟୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଅଭିଯୋଗ ଯୋଗାଉଛନ୍ତି । ସମସ୍ତ ଗତିବିଧିକୁ ନଜର ରଖି ମଜବୁତ୍ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକଗଣ ମଧ୍ୟ ଏଫ୍ଏସଟି ଏବଂ ଏସଏସଟି ମାନଙ୍କ ସହିତ ବିଭିନ୍ନ ଅଞ୍ଚଳ ଗସ୍ତ କରି ନଜର ରଖୁଛନ୍ତି । ୪୩ ଗୋଟି ଫ୍ଲାଇଂ ସ୍କ୍ବାଡ ଏବଂ ୪୩ ଏସଏସଟି ନିୟୋଜିତ ଅଛନ୍ତି । ଏତଦ୍ ବ୍ୟତୀତ କୌଣସି ଠାରେ ଏହି ଗତିବିଧି ସମ୍ପର୍କରେ ଜନସାଧାରଣ ଅବଗତ ହୁଅନ୍ତି ତେବେ ଇ-ଭିଜିଲ୍ ଆପ୍ ରେ ଅଭିଯୋଗ କରିବା ସକାଶେ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଅଛି ।

LEAVE A REPLY

Please enter your comment!
Please enter your name here