ବ୍ରହ୍ମପୁର,୧୩/୦୮/୨୦୨୨(ଟୁକୁନା ପ୍ରଧାନ)ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ଜନତା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅମୃତ ମହୋତ୍ସବ ସମାରୋହ ସମିତି ବେଗୁନିଆପଡା ଶାଖା ପକ୍ଷରୁ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କାର୍ଯ୍ୟକ୍ରମ ସ୍ଥାନରେ ଜାତୀୟ ପତାକା ରଖି ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମୃତ ମହୋତ୍ସବ ସମାରୋହ ସମିତିର ସଂଯୋଜକ ନାରାୟଣ ବେହେରାଙ୍କ ସଂଯୋଜନାରେ ଅୟୋଜିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଭିମନ୍ୟୁ ସ୍ଵାଇଁ ସଭାପତିତ୍ବ କରିଥିବା ବେଳେ ମୁଖ୍ଯବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବରାଜ ସାହୁ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ପ୍ରବୀଣ ଖାଡ଼ଙ୍ଗା, ଅଧ୍ୟାପିକା ସଂଗୀତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ହର ଘର ତ୍ରିରଙ୍ଗାର ବାର୍ତ୍ତା ପ୍ରଦାନ କରିବା ଏହି ଉତ୍ସବର ମହତ୍ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ମହାବିଦ୍ୟାଳୟ ଶତାଧିକ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।






