ଜାତୀୟ ସେବା ଯୋଜନା ତରଫରୁ ଜଉଗଡ଼ ଠାରେ ଜିଲ୍ଲା ସ୍ତରୀୟ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

0
256

ବ୍ରହ୍ମପୁର, ୧୫/୦୮/୨୦୨୨:
ଜାତୀୟ ସେବା ଯୋଜନା’ ଆଞ୍ଚଳିକ ନିର୍ଦ୍ଦେଶିକା , ଭୁବନେଶ୍ଵର ସୁଶ୍ରୀ ସରିତା ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠାରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ କଲ୍ଯାଣ ମନ୍ତ୍ରଣାଳୟ ଏବଂ ପ୍ରତ୍ନତତ୍ତ୍ଵ ବିଭାଗର ମିଳିତ ଆନୁକୁଲ୍ୟରେ “ଆଜାଦ୍ କା ଅମୃତ ମହୋତ୍ସବ” ପାଳନ ପୁରୁଷୋତ୍ତମପୁର ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଭାରତ ପ୍ରତ୍ନତତ୍ତ୍ଵ ବିଭାଗର ସହାୟକ ଅଧିକ୍ଷଣ ପୁରାତତ୍ତ୍ଵବିତ ଶ୍ରୀଯୁକ୍ତ ଭାଗିରଥୀ ଗଡତିଆ, ଶ୍ରୀଯୁକ୍ତ ରାହୁଲ କୁମାର ଶ୍ରୀବାସ୍ତବ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ କରିଥିଲେ। ତାରା ତାରିଣି କଲେଜ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ I ମହାବିଦ୍ୟାଳୟର ସ୍ଵେଛାସେବୀଙ୍କ ସହ ଅଧ୍ୟାପକ ଏନ୍ ମୋହନ, ଅଧ୍ୟାପିକା ବନିତା ଖଟେଇ
ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ସାଧାରଣ ଜନତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ପରିଶେଷରେ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ହରିପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ସଭାକାର୍ଯ୍ୟର ପରିସମାପ୍ତି ପରେ ଜଉଗଡ଼ ପରିସର ମଧ୍ୟରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପରିସରକୁ ସ୍ଵଚ୍ଛ ଏବଂ ନିର୍ମଳ କରାଯାଇଛି। ଏଥିସହ ଜଉଗଡ଼ ଶିଳାଲେଖଠାରୁ ଆରମ୍ଭ କରି ପାଣ୍ଡିଆ ଗ୍ରାମ ପର୍ୟ୍ୟନ୍ତ ସ୍ଵେଚ୍ଛାସେବୀମାନେ ହାତରେ ତ୍ରିରଙ୍ଗା ପତାକା ଧରି “ହର ଘର୍ ତ୍ରିରଙ୍ଗା” ଶୋଭାଯାତ୍ରା କରିଥିଲେ I

LEAVE A REPLY

Please enter your comment!
Please enter your name here