ଅଗସ୍ତି ନୂଆଗାଁ ଚିଦାନନ୍ଦ ଦିବ୍ୟାଧାମ ଆଶ୍ରମରେ ସ୍ଵାଧୀନତା ଦିବସ ପାଳିତ

0
441

ବ୍ରହ୍ମପୁର , ୧୫/୦୮/୨୦୨୨ , ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟଧାମ ଆଶ୍ରମ ପରିସରରେ ଆଜି ୭୫ ତମ ସ୍ବାଧନତା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ଆୟୋଜିତ ଏହି ଉତ୍ସବ ପାଳନ ଅବସରରେ ଆଶ୍ରମ ପରିଚାଳନା ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ରଥ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତା ଦିବସର ମହତ ଆକାଂକ୍ଷା ନେଇ ଅନ୍ତେବାସୀଙ୍କୁ ଅବତାରଣା କରିଥିଲେ । ଆଶ୍ରମର ବାନପ୍ରସ୍ଥି ସ୍ବାମୀ ମୁନୀ ପ୍ରଶାନ୍ତ ସ୍ୱାଧୀନତା ଦିବସରେ ଭାରତୀୟ ସନାତନ ସଂସ୍କୃତି ଓ ଦୈନନ୍ଦିନ ଜୀବନରେ ସ୍ବାଧିନତାର ସହ ବଞ୍ଚିବାର ଅଧିକାର ସମ୍ପର୍କରେ ବୁଝାଇ ଥିଲେ । ବିଶିଷ୍ଟ ମାନସ ପ୍ରବଚିକା କମଳ କୁମାରୀ ପାଣିଗ୍ରାହୀ , ଅବସରପ୍ରାପ୍ତ ଶିକ୍ଷକ ରାଘବ ନାହାକ ପ୍ରମୁଖ ସ୍ଵଧିନତା ଦିବସ ପ୍ରସଙ୍ଗରେ ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଆଶ୍ରମର ଲୋକସମ୍ପର୍କ ଅଧକାରୀ ସୁବ୍ରତ କୁମାର ରଥ ଧନ୍ୟବାଦ ପ୍ରଦାନ କରିବା ଅବସରରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ । ପରିଶେଷରେ ଅଶ୍ରମ ଅନ୍ତେବାସୀଙ୍କୁ ପୋଷଣ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here