ସ୍ବାଧୀନତା ର ଅମୃତ ବେଳାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0
233

ବ୍ରହ୍ମପୁର, ୧୫/୦୮/୨୦୨୨: ସ୍ବାଧୀନତା ର ଅମୃତ ମହୋତ୍ସବ ଅବସରେ ଆଜି ପ୍ରାତଃ ସମୟରେ ସ୍ଥାନୀୟ ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଓ ଡା. ଚି. ହୀରାମଣି ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ l ଔଷଧ ବିତରଣ କରାଯାଇଥିଲା l ବର୍ଷା ଦିନିଆ ରୋଗର ନିରାକରଣ, ଚିକିତ୍ସା ପାଇଁ ସଚେତନ କରିଥିଲେ l ଶିବିରର ପ୍ରାୟୋଜକ ଥିଲେ ଜୟନ୍ତୀ ଲାଲ ନରସି ଚୌହାନ, ପରିଚାଳନାରେ ସହଯୋଗ କରିଥିଲେ ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟି ସଭ୍ଯ ସଭ୍ୟା । ଉଲ୍ଲେଖଯୋଗ୍ୟ ଯେ, ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି l

LEAVE A REPLY

Please enter your comment!
Please enter your name here