ଦିବ୍ଯ ଜୀବନ ସଂଘ ମହିଳା ଶାଖା ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

0
381

ବ୍ରହ୍ମପୁର, ୨୧/୦୮/୨୦୨୨:ଦିବ୍ଯ ଜୀବନ ସଂଘ ମହିଳା ଶାଖା ଆଶ୍ରମ ପରିସରରେ ଗୀତାଚାର୍ଯ୍ଯ ପରମପୁରୁଷ ରାଧା ପ୍ରାଣଧନ ଯଶୋଦାନନ୍ଦନଙ୍କର ପବିତ୍ର ଜନ୍ମୋତ୍ସବ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ବରିଷ୍ଠ ପୁରୋହିତ ଶିପୁ ଭାଇ ଓ ଅରୁଣ କୁମାର ଦାଶଙ୍କ ପୌରୋହିତ୍ଯରେ ବାଙ୍କବିହାରୀ ଲାଲ୍ ଙ୍କ ଅର୍ଚ୍ଚନା ଆରତୀ ଆଦି ଯଥାରୀତି ବିଧିପାଳନ ଓ ଭାଗବତ ପାଠ ସଂମ୍ପର୍ଣ୍ଣ କରା ଯାଇଥିଲା। ପରମ ଗୁରୁଦେବ ସ୍ବାମୀ ଶିବାନନ୍ଦ ଓ ସ୍ବାମୀ ଚିଦାନନ୍ଦଙ୍କ ମହତ୍ ବାଣୀ ‘ଭଲ ହୁଅ -ଭଲ କର” “ମାନବ ସେବା ହିଁ ମାଧବ ସେବା” ଆଦିକୁ ଆଧାର କରି ଦକ୍ଷିଣାଞ୍ଚଳ ଦିବ୍ଯଜୀବନ ସଂଘ ସମନ୍ବୟ ସମିତିର କୋଷାଧ୍ଯକ୍ଷ ଶାନ୍ତିଭୂଷଣ ପଣ୍ଡାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଅନ୍ଧପସରା ରୋଡ୍ ସ୍ଥିତ ଦୃଷ୍ଟିହୀନ ବିଦ୍ଯାଳୟ ଓ ଗାନ୍ଧୀନଗର ସ୍ଥିତ ଅନାଥାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ସ୍ବାଦିଷ୍ଟ ଭୋଜନ ସହିତ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା। ଏହି ଅବସରରେ ଆଶ୍ରମ ପରିସରରେ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ, ନାରାୟଣ ସେବା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ଯକ୍ରମକୁ ସଂଘର ସଭାପତି ଜ୍ଯୋତ୍ସ୍ନାରାଣୀ ଦାଶ, ମମତା ମହାପାତ୍ର,ଇନ୍ଦ୍ରମଣୀ ସ୍ବାଇଁ, ସୀମାଞ୍ଚଳ ବେହେରା, ଅଲେଖ ବେହେରା, ଶକୁନ୍ତଳା, ସୁରେଶ ବରାଡ, ସରସ୍ବତୀ ପାଣିଗ୍ରାହୀ, ପ୍ରମିଳା ମହାରଣାଙ୍କ ସମେତ ଅଞ୍ଚଳର ପ୍ରାୟ ଶତାଧିକ ଭକ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here