ଓଡିଶା ରାଜ୍ୟ ଅଣ ଗେଜେଟେଡ୍ କର୍ମଚାରୀ ସମନ୍ବୟ କମିଟି ଗଞ୍ଜାମ ଜିଲ୍ଲା ଶାଖାର ଜରୁରୀ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
599

ବ୍ରହ୍ମପୁର,୨୧/୦୮/୨୦୨୨: ସ୍ଥାନୀୟ ଏନ.ଜି.ଓ ହଲ୍ ଠାରେ ରାଜ୍ୟ ଅଣ ଗେଜେଟେଡ୍ କର୍ମଚାରୀ ସମନ୍ବୟ କମିଟି ଗଞ୍ଜାମ ଜିଲ୍ଲା ଶାଖାର ଜିଲ୍ଲା ସଭାପତି ଶ୍ରୀ ସମୀର କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲା ର ପୂର୍ବତନ ସଭାପତି ଶ୍ରୀ ଶୂଳପାଣି ଶତପଥୀ ମୂଖ୍ୟ ଅତିଥି ରୂପେ ମଞ୍ଚାସୀନ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅମଲା ସଂଘର ସଭାପତି ଶ୍ରୀ ସୁଦାମ ପାଣିଗ୍ରାହୀ,ଜିଲ୍ଲା ଏନଜିଓ ସଂପାଦକ ଶ୍ରୀ କିରଣ କୁମାର ପାଢ଼ୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ରବିନ୍ଦ୍ର ପ୍ରଧାନ ପ୍ରମୂଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।ଆଜିର ସଭାରେ ମୂଖ୍ୟତଃ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲା ସମ୍ମିଳନୀ ଉପରେ ଆଲୋଚନା କରାଯାଇଥିଲା। ତତ୍ ସହିତ ବିଭିନ୍ନ ବିଭାଗର କର୍ମକର୍ତ୍ତା ମାନେ ନିଜ ନିଜର ଦାବି ଗୁଡିକ ଉପସ୍ଥାପନ କରିଥିଲେ।ସେଗୁଡିକ ମଧ୍ୟରେମୂଖ୍ୟତଃ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ଅହେତୁକ ବିଳମ୍ବ,ଠିକା ନିଯୁକ୍ତି ପ୍ରଥା ଉଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଚଳନ, ପୁରାତନ ପେନସନ ଯୋଜନା ପ୍ରଚଳନ,ସପ୍ତମ ବେତନ କମିଶନ ଅନୁଯାୟୀ ଘର ଭଡା ପ୍ରଦାନ ଇତ୍ୟାଦି ଦାବି ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଭିନ୍ନ ବିଭାଗର କର୍ମକର୍ତ୍ତା ମାନେ ଯଥାଶ୍ରୀ ଜ୍ଞାନରଞ୍ଜନ ପଣ୍ଡା, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାତ୍ର, ଶ୍ରୀ ଦିଗାମ୍ବର ପାତ୍ର , ଅରୁଣ କୁମାର ପଣ୍ଡା, ପୁରୁଷୋତ୍ତମ ପାତ୍ର,ରଜନୀକାନ୍ତ କର,ଦୀପକ କୁମାର ପଣ୍ଡା,ଶିବ ପ୍ରସାଦ ପାଣିଗ୍ରାହୀ,ଶ୍ରୀକାନ୍ତ ମହାପାତ୍ର,ରବିପ୍ରସାଦ ପାତ୍ର, ଲକ୍ଷ୍ମୀ କାନ୍ତ ବେହେରା,ନିନି ପାଢ଼ୀ,ଜୀତେନ୍ଦ୍ର ନାୟକ,ତ୍ରିନାଥ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here