ଆଦର୍ଶ ପ୍ରଧାନଶିକ୍ଷକ ଙ୍କ ପରଲୋକ

0
340

ବ୍ରହ୍ମପୁର, ୨୩/୦୮/୨୦୨୨ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଇନାମ ବେଲପଡ଼ା ଗ୍ରାମ ର ଲକ୍ଷ୍ମୀ ନାରାୟଣ ପତି ୧୯୪୩ ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୬୨ ମସିହା ରେ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ସୁମଣ୍ଡଳ, କୋଦଳା ଏବଂ ଶେଷରେ ଦିଗାପଡ଼ା ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଇ ଅବସର ଗ୍ରହଣ କରିଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ସହ ପୁରୋହିତ କାର୍ଯ୍ୟ କୁ ସୂଚାରୁରୂପେ ତୁଲାଉଥିଲେ । ସେ କୋଦଳା ଅଞ୍ଚଳ ର ଜଣେ ଉତ୍ତମ ଗୁରୁ ଏବଂ ଜଣେ ଜଣାଶୁଣା ପୁରୋହିତ ହିସାବରେ ପରିଚିତ । ତାଙ୍କର ପରଲୋକ ରେ କୋଦଳା ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ସେ ୭୯ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here