ଖାରିଆଗୁଡ଼ା ପଳାସପୁର ନିକଟରୁ ବିଚ୍ଛିନ୍ନ ଗଳିତ ଶବ ଜବତ ଘଟଣାରେ ପରଦାଫାସ କଲା ଜରଡା ପୋଲିସ : ମୁଖ୍ୟ ଅଭିଯୁକ୍ତଙ୍କ ସହ ତିନି ଗିରଫ

0
512

ପାତ୍ରପୁର,୨୩/୦୮/୨୨,ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଖରିଆଗୁଡ଼ା ଫାଣ୍ଡି ନିକଟ ପଲାସପୁର ଗ୍ରାମରେ ଗତ ୨୦ ତାରିଖ ଦିନ ଜନୈକ ଆଦିବାସୀଙ୍କ ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡିଥିବା ଘଟଣାର ପୋଲିସ ପର୍ଦ୍ଦଫାସ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ପର୍ଶୁରାମ ଶବର, ଅନ୍ୟ ଦୁଇ ଅଭିଯୁକ୍ତ କୈବଲ୍ୟ ଶବର ଓ ନିରଞ୍ଜନ ଶବରକୁ ପୋଲିସ ନିଜ ହେପାଜତକୁ ନେଇ ଘଟଣାର ଅନୁସନ୍ଧାନ ଜାରି ରଖିଛି । ଗଲିତ ବିଚ୍ଛିନ୍ନ ଶବର ଶରୀରରୁ ମୁଣ୍ଡ ଅଲଗା ଭାବେ ପୃଥକ ଜାଗାରୁ ଉଦ୍ଧାର ପରେ ଘଟଣାର ଅନୁସନ୍ଧାନରେ ଜରଡା ଥାନା ପୋଲିସ ଅଭିଯୁକ୍ତ ପର୍ଶୁରାମ ଓ କୈବଲ୍ୟ ଉଭୟଙ୍କ ଉପରେ ସନ୍ଦେହ କରି ଜରଡା ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ପୋଲିସର ଘନଘନ ଜେରା ପରେ ପର୍ଶୁରାମ ଓ କୈବଲ୍ୟ ନିଜ ଦୋଷ ସ୍ୱୀକାର କରିଥିଲେ ଏବଂ ଘଟଣାରେ ସଂପୃକ୍ତ ଥିବା ନିରଞ୍ଜନ ମଧ୍ୟ ସାହାର୍ଯ୍ୟ କରିଥିବା ପ୍ରକାଶ କହିଥିଲେ । ଘଟଣାର ଅନୁସନ୍ଧାନରୁ ମଦବିକ୍ରିକୁ ନେଇ ଏହି ସଂଗଠିତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ପାଇଥିଲା । କିଛି ଦିନ ପୂର୍ବେ ଗାଁରେ ମଦ ବିକ୍ରିକୁ ନେଇ ପର୍ଶୁରାମକୁ ବୃନ୍ଦାବନ ବିରୋଧ କରିଥିଲେ । ପର୍ଶୁରାମ ଜଣେ ମଦ ବ୍ୟବସାୟୀ ହୋଇଥିବା ବେଳେ ବୃନ୍ଦାବନ ବ୍ୟବସାୟରେ ବାଧା ଦେବାରୁ ବୃନ୍ଦାବନକୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା । ବୃନ୍ଦାବନକୁ ଜୀବନରେ ମାରିବା ପାଇଁ ସୁଯୋଗର ଅପେକ୍ଷାରେ ଥିବା ବେଳେ ପର୍ଶୁରାମ ଗତ ୧୭ ତାରିଖ ରାତ୍ର ବୃନ୍ଦାବନ ନିଜ ଚଣା ବାଡକୁ ଯାଇଥିବା ଦେଖି ବିଲ ହୁଡାରେ ଶୋଇ ରହିଥିଲା । ବୃନ୍ଦାବନ ମଧ ନିଜ ଚଣା ବାଡକୁ ଜଗିବା ପାଇଁ ବିଲରେ ଶୋଇ ରହିଲେ । ବୃନ୍ଦାବନକୁ ନିଘୋଡ ନିଦ ହେବା ପର୍ଯ୍ୟନ୍ତ ପର୍ଶୁରାମ ଅପେକ୍ଷା କରିଥିଲା ଏବଂ ନିଦ ହେବା ପରେ ଏହାକୁ ସଠିକ୍ ସମୟ ଭାବି ରଖିଥିବା କାତି ସାହାଯ୍ୟରେ ବୃନ୍ଦାବନର ବେକକୁ ହାଣିଥିଲା ଏବଂ ଶବକୁ ଲୁଚାଇବା ପାଇଁ ଅନ୍ୟ ସହଯୋଗୀ କୈବଲ୍ୟକୁ ସୂଚନା ଦେବା ପରେ କୈବଲ୍ୟ ଓ ନିରଞ୍ଜନ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିକଟରେ ଥିବା କେନାଲକୁ ବୃନ୍ଦାବନର ଶବକୁ ଫୋପାଡିବା ସହ ମୁଣ୍ଡକୁ ଅନ୍ୟତ୍ର ଫୋପାଡି ଦେଇଥିଲା । ଘଟଣା ସ୍ଥଳରୁ ଅଳ୍ପ ଦୂରରେ କାତି ଲୁଚାଇବା ଓ ପୋଖରୀକୁ ଜାଇ ଗାଧୋଇବା ସହ ରକ୍ତ ଭିଜା ଲୁଗାକୁ ସେହି ପୋଖରୀ ମଧ୍ୟରେ ଫୋପାଡ଼ି ଘରକୁ ଫେରିଥିବାକୁ ନେଇ ଅଭିଯୁକ୍ତ ଡ଼େମୋ ଦେଖାଇଥିଲା । ସୂଚନା ଥାଉକି ପଳାସପୁର ଗ୍ରାମର ବୃନ୍ଦାବନ ଗତ ୧୭ ତାରିଖ ଦିନ ଚଣାବାଡ଼କୁ ଯାଇ ଘରକୁ ଫେରିନଥିଲେ । ଗତ ୨୦ ତାରିଖ ଦିନ ଜଣେ ଆଦିବାସୀଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇ ଶବ ପଡିଥିବା ସ୍ଥାନୀୟ ଅଞ୍ଚଳର ଜଣେ ମଇଁଷି ଜଗୁଆଳି ଗ୍ରାମ ନିକଟସ୍ଥ ବାଘଲଟି ଶାଖା କେନାଲରେ କାହା ଶବ ଭାସୁଥିବା ଜଣାଇବା ପରେ ନିଖୋଜଙ୍କ ମୃତ ଦେହ ଠାବ ହୋଇଥିଲା । ପରେ ପୋଲିସ୍‌କୁ ଖବର ଦେବା ପରେ ତନାଘନା ଆରମ୍ଭ ହୋଇଥିଲା । ତଦନ୍ତ ପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜରଡା ଥାନା ପକ୍ଷରୁ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here