ବ୍ରହ୍ମପୁର ବିଶ୍ଵିଦ୍ୟାଳୟ ଦ୍ଵାରା ଏକ୍ସଟ୍ରାମୁରାଲ ଲେକ୍ଚର୍ ସିରିଜ୍ ଆୟୋଜିତ

0
216

ବ୍ରହ୍ମପୁର, ୨୩/୦୮/୨୦୨୨:
ବ୍ରହ୍ମପୁର ବିଶ୍ଵିଦ୍ୟାଳୟ ଦ୍ଵାରା ଏକ ଏକ୍ସଟ୍ରାମୁରାଲ ଲେକ୍ଚର୍ ସିରିଜ୍ ନୂତନ ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଛି।କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି କାର୍ଯକ୍ରମ ରେ ଅଧ୍ୟକ୍ଷତା କରିଥିଲେ ।ଏହି ସମ୍ମିଳନୀ ରେ ପିଜି କାଉନସିଲ ର ଚେୟାରମ୍ୟାନ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ଏବଂ ଇତିହାସ ବିଭାଗର ଡ.ସଦାନନ୍ଦ ନାୟକ ଯୋଗ ଦେଇଥିଲେ।ଏହି ଅବସର ରେ “ସାମ୍ବିଧାନିକ ମୂଲ୍ୟବୋଧ ଓ ପ୍ରଗତିଶୀଳ ସମାଜ” ଶୀର୍ଷକ ଏକ ବିଷୟବସ୍ତୁ ରାଜନୀତି ବିଜ୍ଞାନ ର ଅବସର ପ୍ରାପ୍ତ ଅଧ୍ୟାପକ, ପ୍ରଫେସର୍ ବିଜୟ କୁମାର ବହିଦାର୍ ଙ୍କ ଦ୍ଵାରା ଉପସ୍ଥାପିତ କରାଯାଇଥିଲା। ଏହି ସମ୍ମିଳନୀ ରେ ପ୍ରଫେସର୍ ମାନେ ଏବଂ ବିଭିନ୍ନ ବିଭାଗର ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଫେସର୍ ବୋହିଡାର ସମ୍ବିଧାନ ର ମୂଲ୍ୟ ବୁଝାଇଥିଲେ।ତାଙ୍କ ବକୃତା ରେ ସେ ସମ୍ବିଧାନ ରେ ଥିବା ଅଧିକାର ଓ କର୍ତ୍ତବ୍ୟ ବିଷୟରେ କହିଥିଲେ।ଦେଶର ପ୍ରତ୍ୟେକ ନାଗରିକ ମାନଙ୍କର ସମ୍ବିଧାନ ର ଆଇନ ସମ୍ବନ୍ଧରେ ଜ୍ଞାନ ରହିବା ଆବଶ୍ୟକ ।ଯାହାଫଳରେ ନାଗରିକ ମାନେ ଯେପରି ନିଜର ଅଧିକାର ବିଷୟରେ ଅବଗତ ହୋଇପାରିବେ।ଭାରତୀୟ ସମ୍ବଧାନ ରେ ଥିବା ନ୍ୟାୟ ,ସତ୍ୟତା ,ସମାନତା,ଏବଂ ମର୍ଯ୍ୟାଦା ବିଷୟରେ ସଂକ୍ଷିପ୍ତ ରେ ଆଲୋଚନା କରିଥିଲେ । ବିଶ୍ଵବିଦୟାଳୟର ପ୍ରଫ୍ରେସର୍ ଏବଂ ଛାତ୍ରଛାତ୍ରୀ ମାନେ ପ୍ରଫେସର ବହିଦର୍ ଙ୍କୁ କିଛି ପ୍ରଶ୍ନ କରିଥିଲେ ଏବଂ ପ୍ରଫେସର ସେମାନଙ୍କ ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇଥିଲେ। କୁଳପତି ଡ.ଗୀତାଞ୍ଜଳି ଦାଶ ପ୍ରଫେସର୍ ବହିଦାର ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗର ନୂତନ ମାଗାଜିନ୍ ଇ ନ୍ୟୁଜ ଲେଟର ଉନ୍ମୋଚନ କରାଗଲା।

LEAVE A REPLY

Please enter your comment!
Please enter your name here