ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଳା ଶାଖା କର୍ମକର୍ତ୍ତା ବୈଠକ ଅନୁଷ୍ଠିତ। ନୂତନ କାର୍ଯ୍ୟକାରୀ କମିଟି ଚୟନ

0
333

ବ୍ରହ୍ମପୁର,୧୮/୦୯/୨୦୨୨: ଓଡିଶା ଆଉଟଷୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ସ୍ଥାନୀୟ ପ୍ରକାଶମ ହଲ ଠାରେ ଏକ ଜିଲ୍ଳା ସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହେବାସହ , ନୂତନ ଗଞ୍ଜାମ ଜିଲ୍ଳା ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି କମିଟି ଚୟନ କରାଯାଇଛି I ଉକ୍ତ ବୈଠକ ରେ ମହାସଂଘ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ ଙ୍କ ନେତୃତ୍ୱ ରେ ଆୟୋଜିତ ବୈଠକ ରେ ମହାସଂଘ ର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ କର୍ମଚାରୀ ମାନେ ସଂଗଠିତ ଭାବରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇ ରାଜ୍ୟ ସରକାର ଙ୍କ ମିଥ୍ୟା ପ୍ରତିଶୃତି ଓ ପ୍ରଚାର ରାଜନୀତି ର ପ୍ରକୃତ ବାସ୍ତବତା କୁ ଲୋକ ଲୋଚନ କୁ ଆଣିବାକୁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ I ଉକ୍ତ ବୈଠକ ରେ ଜିଲ୍ଳା ର ବିଭିନ୍ନ ବିଭାଗ ର ଆଉଟଷୋର୍ସିଂ କର୍ମଚାରୀ ସଂଘ ର ନେତୃତ୍ୱକାରୀ କର୍ମକର୍ତ୍ତା ମାନେ ଯୋଗ ଦେଇ, ଆଗାମୀ ଦିନ ରେ ସରକାର ଦାବୀ କୁ ପୂରଣ ନ କରିଲେ ଆସନ୍ତା ମାସ ରେ ଗଞ୍ଜାମ ଜିଲ୍ଳା କର୍ମଚାରୀ ସମ୍ମିଳନୀ କରି ରାଜ୍ୟ ସ୍ତରୀୟ ଆନ୍ଦୋଳନ ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ସୂଚନା ଅନୁଯାୟୀ ରାଜ୍ୟ ତଥା ଗଞ୍ଜାମ ଜିଲ୍ଳା ର ବିଭିନ୍ନ ବିଭାଗ ରେ ନିୟମିତ କର୍ମଚାରୀ ମାନଙ୍କ ସଂଖ୍ୟା କମି ଆସୁଥିବା ବେଳେ, ରାଜ୍ୟ ସରକାର ସ୍ୱଳ୍ପ ଦରମା ରେ ଠିକା ଅଥବା ଆଉଟଷୋର୍ସିଂ ନାମରେ ସ୍ୱଳ୍ପ ଦରମା ରେ ନିଯୁକ୍ତି ଦେଇ ମାନବ ସମ୍ବଳ କୁ ଶୋଷଣ କରିବାରେ ଲାଗିଛି।କାର୍ଯ୍ୟରେ ନିରାପତ୍ତା ଅଭାବ ରୁ କର୍ମଚାରୀ ମାନେ ଠିକାଦାର ଙ୍କ ଦ୍ୱାରା ଶୋଷଣ ହେବା ସହ ଉପଯୁକ୍ତ ପ୍ରାପ୍ୟ ପାଇ ପାରୁନାହାନ୍ତି ଏବଂ ଏହାର ପ୍ରତିବାଦ କଲେ ଛଟେଇ ର ଶିକାର ହେଉଛନ୍ତି Iଏହି ସବୁ ସମସ୍ୟା କୁ ନେଇ ସରକାରଙ୍କ ପାଖରେ ବାରମ୍ବାର ଦାବୀ ଉପସ୍ଥାପନ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି I ଏହାକୁ ଭିତ୍ତି କରି ଆଉଟଷୋର୍ସିଂ କର୍ମଚାରୀ ମାନଙ୍କ ଭିତରେ ଅସନ୍ତୋଷ ଜାରୀ ରହିଛି।ଶ୍ରମ ବିଭାଗୀୟ କର୍ମଚାରୀ ନେତା ବିଜୟ କୁମାର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକ ରେ ଆଗାମୀ ଆନ୍ଦୋଳନ ପାଇଁ ସଙ୍ଘଠନ କୁ ଅଧିକ ସୁଦୃଢ କରିବା ନୂତନ ପରିବର୍ଦ୍ଧିତ କମିଟି ଚୟନ କରାଯାଇଥିଲା I ଜିଲ୍ଳା ସଭାପତି ଭାବେ ବିଜୟ କୁମାର ମଲ୍ଲିକ, ସମ୍ପାଦକ ଭାବେ ବିନାୟକ ପତି, ଗୁଣ୍ଡିଚା ବେହେରା, ଜୟରାମ ରାଓ, ଶ୍ରୀନିବାସ ପାତ୍ର,ସ୍ଵାଗତିକା ବେହେରା, ସୁନିଲ ଦାସ, ସୁଦାମ ସାହୁ, ପ୍ରଶାନ୍ତ ପରିଚ୍ଛା, ସାଈଶ୍ୱରୀ ବେହେରା, ବିଷ୍ଣୁ ପଣ୍ଡା, ସନ୍ତୋଷ ନାୟକ, ଗୋପାଳ ରାଓ ପ୍ରମୁଖ ଙ୍କୁ ପରିବର୍ଦ୍ଧିତ କମିଟି ରେ ସାମିଲ କରାଯାଇଥିଲା।ଆଉଟସୋର୍ସିଂ କର୍ମଚାରୀ ଙ୍କୁ ନିୟମିତ କରିବା, ଦରମା ରୁ ୧୮% ଜିଏସଟି ବାବଦ ଅର୍ଥ କଟତି କୁ ବନ୍ଦ କରିବା, ବଜାରଦର ଅନୁସାରେ ଦରମା ପ୍ରଦାନ, ମାତୃତ୍ୱ କାଳୀନ ଛୁଟି ପ୍ରଦାନ, ଚାକିରୀ ର ସ୍ଥାୟୀତ୍ୱ ସହ ଚାକିରୀ ର ସୁରକ୍ଷା ପାଇଁ ନିୟମ ଆଦି ଦାବୀ ଗୁଡିକୁ ନେଇ ଆଗାମୀ ଦିନ ରେ ସରକାର ଙ୍କ ସହ ଆଲୋଚନା ନ ହେଲେ ରାଜ୍ୟସ୍ତରୀୟ ଆନ୍ଦୋଳନ କୁ ଓଲ୍ହାଇବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା I ଉକ୍ତ ବୈଠକ ରେ ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ନେତା ପ୍ରଶାନ୍ତ ମହାରଣା, ରାଜ୍ୟ ମେଡିକାଲ କର୍ମଚାରୀ ନେତା ଏନ. ନିରଞ୍ଜନ ଦାସ, ସି. ଏଚ. ସୁନିଲ ପାତ୍ର,ପି. ରମେଶ ରାଓ, ଟି. ସୁଜିତ ପାତ୍ର, ସମୀର ବର୍ମା, ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ପରିଚ୍ଛା,ମ୍ୟୁନିସିପାଲିଟି କର୍ମଚାରୀ ନେତା ଗୋପାଳ ରାଓ, ନାରାୟଣ ଗୌଡ଼, ଶ୍ରମ ବିଭାଗ କର୍ମଚାରୀ ସୁନିଲ ଦାସ, ସ୍ଵାଗତିକା ବେହେରା, ରାଧିକା ବିଷୋୟୀ, ଫାର୍ମାସିଷ୍ଟ ବିଭାଗ କର୍ମଚାରୀ ସବିତା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ I

LEAVE A REPLY

Please enter your comment!
Please enter your name here