ଜରଡା ଗଡ଼ରେ ଋଗବେଦ ପାରାୟଣ ବିଶ୍ୱାଶାନ୍ତି ମହାଯଜ୍ଞ ଆରମ୍ଭ ।

0
102

ପାତ୍ରପୁର,୨୯/୧୦/୨୦୨୨:
ପାତ୍ରପୁର ବ୍ଲକ ଜରଡ଼ାଗଡ଼ ଆର୍ଯ୍ୟସମାଜ ତରଫରୁ ଜରଡ଼ା ବଡଦାଣ୍ଡରେ ଚାରିଦିନିଆ ଋଗବେଦ ପାରାୟଣ ଏବଂ ୫୧ କୁଣ୍ଡିୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ ଶନିବାର ମହା ଆଡ଼ମ୍ବରର ସହକାରେ ଆରମ୍ଭ ହୋଇଛି । ଓଁ ଧ୍ବଜା ଉତ୍ତୋଳନ ହୋଇ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ ଏବଂ ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ପ୍ରବଚନ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ସୁଶ୍ରୀ ପୁଷ୍ପା ବେଦଶ୍ରୀ ଏବଂ ଗୁରୁକୂଳ ବ୍ରହ୍ମଚାରିଣୀଙ୍କ ଦ୍ଵାରା ବେଦ ପାଠ ହେବା ସହ ଭାରତୀୟ ବ୍ୟାୟାମ କ୍ରୀଡା ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି । ରବିବାର ୫୧ କୁଣ୍ଡିୟ ଯଜ୍ଞ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ବୈକୁଣ୍ଠ ଜୀ ଧ୍ବଜା ଉତ୍ତୋଳନ ପୂର୍ବକ ଆରମ୍ଭ କରିଥିବା ବେଳେ ସମସ୍ତ ସଦସ୍ୟ/ସଦସ୍ୟା ପରିଚାଳନାରେ ସହଯୋଗ କରୁଛନ୍ତି । କାର୍ଯ୍ୟକ୍ରମ ରେ ଶୃତିପ୍ରିୟ ଜି,ବାମଦେବ ଜୀ,ଧର୍ମା ରାଓ,ବୈରାଗୀ ରେଡି,ସୁବାସ ବରାଳ,ଅହଲ୍ୟା ସୁବୁଦ୍ଧି,ନରସିଂହ ମହାରଣା ପ୍ରମୁଖ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here