ପାତ୍ରପୁର ବ୍ଳକ ୩୪ ନଂ ଜୋନ୍ ବିଜେଡି ଜନ ସମ୍ପର୍କ ପଦଯାତ୍ରା।

0
206

ପାତ୍ରପୁର,୨୯/୧୦/୨୦୨୨: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଳକ ଅନ୍ତର୍ଗତ ୩୪ ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ସହିତ ଯୋଡି ହୋଇ ରହିବା, ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ଲୋକଙ୍କ ସୁଖ, ଦୁଃଖ ବୁଝିବା ପାଇଁ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଜେଡି ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅକ୍ଟୋବର ମାସ ୨ ତାରିଖ ଠାରୁ ଆରମ୍ଭ କରି ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଶନିବାର ଦିନ ରାଜ୍ୟର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଉଷା ଦେବୀ ନେତୃତ୍ୱ କରିଥିବା ବେଳେ ଯୁବ ସଂଘଟକ ତଥା ସମାଜସେବୀ ଚିନ୍ମୟା ନନ୍ଦ ଶ୍ରୀରୁପ ଦେଓଙ୍କ ସହଯୋଗରେ ତୁଟିପୁର, ଭେଜିପଦର ଓ କେଶିରିପଡା ଗ୍ରାମରେ ପଦଯାତ୍ରା କରିବା ସହ କେଶିରିପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଭାସ୍ଥଳ ପର୍ଯ୍ୟନ୍ତ ପ୍ରାୟ ତିନୋଟି ଗ୍ରାମରେ ବିରାଟ ପଟୁଆରରେ ପଦଯାତ୍ରା ବହୁ ଆଡ଼ମ୍ବରେ ଆୟୋଜନ କରାଯାଇଥିଲା। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୧୦୦୦ ରୁ ଊର୍ଦ୍ଧ୍ବ ମହିଳାଙ୍କ ସହ ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ରହିଥିବା ବେଳେ କେଶିରିପଡା ଗ୍ରାମରେ ବିଜେଡିର ଜନସମୁଦ୍ର ପରି ମନେ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ପାତ୍ରପୁର ବ୍ଳକ ସଭାପତି ରାମନାଥ ପାଣିଗ୍ରାହି,ବାପୁଜି ବିଷୋୟୀ, ସାଂସଦ ପ୍ରତିନିଧି ସଚ୍ଚିଦାନନ୍ଦ ରାଜଗୁରୁ, ୩୩ ନଂ ଜିଲ୍ଲା ପରିଷଦ ସଭ୍ୟା ଯୋଷଦା ଶବର, କେଶିରିପଡା ସରପଞ୍ଚ ଶ୍ରୀମତୀ ଓ. ଦମୟନ୍ତୀ,ସମିତିସଭ୍ୟ ଶ୍ରୀମତୀ ଗାଜ୍ଜାଲା ରୁକ୍ମିଣୀ, ବି ଗିତା ରେଡ୍ଡୀ, ବି ନୁଆଁଗା ପୂର୍ବତନ ସରପଞ୍ଚ ତିମ୍ମାଋଷୀ ଓ ଦୀପକ କୁମାର ଜେନା ପ୍ରମୁଖଙ୍କ ସହ ଅନେକ ମଞ୍ଚରେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଆୟୋଜନରେ , ଆର୍ ପୁରୁଷୋତ୍ତମ, ଆର୍ ରବି,ଏମ୍ ପ୍ରସାଦ,ବି ସୁଦର୍ଶନ, ଆର୍ ଶିବା,ଜି ଶଙ୍କର, ଆର୍ ଶ୍ରୀକାନ୍ତ,ବି ଦାସରଥି,ଏମ୍ ଚନ୍ଦ୍ରଶେଖର,ଜି ସାନମୁଖ ରେଡ୍ଡୀ,ଅଜୟ ରେଡ୍ଡୀ,ଜି ନାରାୟଣ ରେଡ୍ଡୀ, ଜେ. ଧର୍ମା ରେଡ୍ଡୀ,ରିତା ମହାନ୍ତି ପ୍ରମୁଖଙ୍କ ସହ ପାତ୍ରପୁର ଜୋନର ସମସ୍ତ ସାତଗୋଟି ପଞ୍ଚାୟତର ହଜାର ହଜାର ବିଜେଡି କର୍ମୀ କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here