ଜିଲ୍ଲା ସ୍ତରୀୟ ସୁନାମୀ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟକ୍ରମ(Mock Dill) ଅନୁଷ୍ଠିତ

0
101

ଗଞ୍ଜାମ, ୦୫/୧୧/୨୦୨୨: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ନୂଆ ବକ୍ସିପଲ୍ଲୀ (ଭେଙ୍କଟରାୟପୁର) ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଜିଲ୍ଲା ସ୍ତରୀୟ ସୁନାମୀ ପ୍ରସ୍ତୁତି ଅଭ୍ୟାସ
କାର୍ଯ୍ୟକ୍ରମ(MockDrill) ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସେନ ଇନଫରମେସନ ସର୍ଭିସେସ (INCOIS) ହାଇଦ୍ରାବାଦ ସହୋଯୋଗରେ ଆୟୋଜିତ ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ସୁନାମୀ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ପ୍ରାକ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ଏବଂ ଆକଳନ କରଯାଇଥିଲା । (INCOIS) ପକ୍ଷରୁ ଡମି ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଲୋକଙ୍କୁ ପୂର୍ବରୁ ସ୍ଥିର କରାଯାଇଥୁବା ନିରାପଦ ଆଶ୍ରୟ ସ୍ଥଳୀକୁ ସ୍ଥାନନ୍ତର କରଯାଇଥିଲା । ସମ୍ପୃକ୍ତ ଆଶ୍ରୟ ସ୍ଥଳୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟନିର୍ବାହୀ ଦଳ ସୁନାମୀ ସତର୍କ ସୂଚନା ପାଇବା ମାତ୍ରେ ଅଞ୍ଚଳ ବାସୀଙ୍କୁ ଏଲର୍ଟ ସାଇରନ, ମେଗା ଫୋନ, ୱାଟସ ଆପ ଗୃପ ମେସେଜ, ପ୍ରମୁଖ ବ୍ୟକ୍ତିଙ୍କୁ ମୋବାଇଲ ମାଧ୍ୟମରେ ସମ୍ପର୍କ କରି ଅଞ୍ଚଳ ବାସୀଙ୍କୁ ସତର୍କ କରାଯାଇଥିଲେ । ସେହିପରି ଆସନ୍ନ ପ୍ରସବା, ପ୍ରସୂତି, ଦିବ୍ୟାଙ୍ଗ ଓ ଗୃହପାଳିତ ପଶୁ ପକ୍ଷୀଙ୍କୁ ସନ୍ଧାନ କରାଯାଇ ଯନ୍‌ର ସହ ନିରାପଦ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରଯାଇଥିଲା।ତତସହ ପ୍ରାଥମିକ ଚିକିତ୍ସା ପ୍ରଦାନକାରୀ କାର୍ଯ୍ୟନିର୍ବାହ ଦଳ(Taskforce) ଆଶ୍ରୟ ସ୍ଥଳୀରେ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମପଞ୍ଚାୟତ ପ୍ରତିନିଧ୍, ଅଙ୍ଗନବାଡି କର୍ମୀ,ଆଶାକର୍ମୀ, ଓଡ଼ିଶା ମିଶନ ଶକ୍ତିର ସମସ୍ତ କର୍ମୀ, ସ୍ବୟଂସିଦ୍ଧା ସଦସ୍ୟା, ସ୍ବୟଂ ସହାୟକ ଗୋଷ୍ଠୀ ତଥା ସ୍ଥାନୀୟ ଗ୍ରାମବାସୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସନ୍ଧାନ, ଉଧାର ଓ ସ୍ଥାନାନ୍ତରଣ କୌଶଳ ଗୁଡିକ ପ୍ରଦର୍ଶନ କରିଥିଲେ । ଏହାପରେ ପରିସ୍ଥିତି ସ୍ବାଭାବିକ ହୋଇଥିବା ନେଇ (INCOIS) ପକ୍ଷରୁ ବାର୍ତା ଜାରି କରାଯିବା ପରେ ଜନ ସାଧାରଣଙ୍କୁ ସେମାନଙ୍କ ଗୃହକୁ ପ୍ରତ୍ୟାବର୍ତନ ପାଇଁ ଅନୁମତି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ପର୍ଯ୍ୟବେକ୍ଷକ ରୂପେ ଶ୍ରୀ ଭୋଳାନାଥ ମିଶ୍ର (GIS, Expert, OSDMA), ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରଙ୍ଗେଇଲୁଣ୍ଡା ଶ୍ରୀ ବିଶ୍ବଜିତ ରାୟ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧ୍ୟାକାରୀ, ଶ୍ରୀ ତିରୁପତି ବାଲାଜୀ ସାମନ୍ତରାୟ, ଜିଲ୍ଲା ପ୍ରକଳ୍ପ ଅଧ୍ୟାକାରୀ (OSDMA) ଶ୍ରୀ ଅବନିକାନ୍ତ ଭୂୟାଁ,
ସ୍ଥାନୀୟ ସରପଞ୍ଚ ଶ୍ରୀ କେ. ନାରସିମୁଗ୍ଧ ରାଓ, ସମ୍ପାଦକ ଶ୍ରୀ ଏମ. ବାସୁଦେବ ରାଓ, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିରଞ୍ଜନ ମହାରଣା, ଗୋପାଳପୁର ଏନ ଏ ସି ଅଧକ୍ଷ ଶ୍ରୀ କେ. ଜାନକୀ ରାଓ ଓ କାଉନ୍ସିଲର ଶ୍ରୀ ମୋହନ ରାଓ ପ୍ରମୁଖ ଯୋଗଦେଇ ଏହି ମକଡ୍ରିଲ ର ଉପଯୋଗୀତା ସମ୍ପର୍କରେ ନିଜ ନିଜ
ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିସ୍ମୟର ସମ୍ପାଦକ ଶ୍ରୀ ବିମଲ ପଟନାୟକ ଓ ଜିଲ୍ଲା ନୋଡାଲ ଏନ.ଜି.ଓ କାମଧେନୁ ସେବା ସମିତିର ସମ୍ପାଦକ ଶ୍ରୀ ଟୁନା ମହାରଣା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନରେ ସହୋଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here