ବସ୍ତି ବାସିନ୍ଦା ଙ୍କୁ ଭୂମି ଅଧିକାର ଦେବା ପାଇଁ ୫ଟି ମହାନଗର ନିଗମ ରେ ଡ୍ରୋନ୍ ସର୍ଭେ ର ଶୁଭାରମ୍ଭ

0
227

ଭୂବନେଶ୍ୱର,୧୦/୧୧/୨୦୨୨:ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,କିଟ୍ଅ ଡିଟୋରିୟମ,ଭୁବନେଶ୍ବର ଠାରେ ଓଡିଶାର ୦୫ ମ୍ୟୁନିସିପାଲିଟି କର୍ପୋରେସନ୍ ତଥା (ଭୁବନେଶ୍ବର, ବ୍ରହ୍ମପୁର,କଟକ, ରାଉରକେଲା ଏବଂ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ୍) ରେ ଥିବା ସ୍ଲମ ରେ ଡ୍ରୋନ୍ ଦ୍ବାରା ସର୍ବେକ୍ଷଣର କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଓ ଟାଟା ଷ୍ଟିଲ ଫାଉଣ୍ଡେସନ କୁ ଉକ୍ତ କାର୍ଯ୍ୟକୁ ସଫଳ କରିବା ପାଇଁ ପ୍ରୋତ୍ସାହନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଉଷା ଦେବୀ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମାନ୍ୟବର ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, 5 -T ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବ,ନିର୍ଦ୍ଦେଶକ ମ୍ୟୁନିସିପାଲିଟି ପ୍ରଶାସନ, ଟାଟା ଷ୍ଟିଲ ଫାଉଣ୍ଡେସନର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲାପାଳ ବୃନ୍ଦ, ପ୍ରକଳ୍ପ ନିର୍ଦେଶକ ଗଣ, ସମସ୍ତ ମହାନଗର ର କମିଶନର ଗଣ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଗଣ ଏବଂ ସମସ୍ତ ଏସଡିଏ ସଦସ୍ୟ ଆଦି ଭର୍ଟୁଆଲ୍ ମୋଡ୍ ରେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ବିଭାଗ ମଞ୍ଚାସୀନ ଅତିଥ୍‌ବୃନ୍ଦ ଏବଂ ଉପସ୍ଥିତ ସମସ୍ତ ବ୍ୟକ୍ତି ମାନଙ୍କୁ ସ୍ବାଗତ
ଅଭିଭାଷଣ ଜଣାଇଥିଲେ । ତତପରେ ନିର୍ଦ୍ଦେଶକ ମ୍ୟୁନିସିପାଲିଟି ପ୍ରଶାସନ ଜାଗା ମିସନ ର ପ୍ରଗତି ଉପରେ ଗୋଟିଏ ଛୋଟ ଚଳଚିତ୍ର ଦେଖାଇଥିଲେ । ଚଳଚିତ୍ର ର ସମାପ୍ତି ପରେ ଟାଟା ଷ୍ଟିଲ ଫାଉଣ୍ଡେଶନ ର ଅଭିବ୍ୟକ୍ତା ଜାଗା ମିସନ ଉପରେ ନିଜର ବ୍ୟକ୍ତିଗତ ମତାମତ ପ୍ରଦାନ କରିଥିଲେ ଓ ଓଡିଶା ସରକାରଙ୍କ ସହିତ ଏହି ମହତ କାର୍ଯ୍ୟରେ ଯୋଡି ହୋଇଥିବାରୁ ନିଜର ଖୁସି ଜାହିର କରିଥିଲେ । ଏହାପରେ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଉଷା ଦେବୀ ଜାଗା ମିସନ କିପରି ସହରୀ ବସ୍ତି ବାସିନ୍ଦାଙ୍କ ଜୀବନରେ ସମୃଦ୍ଧି ଏବଂ ସ୍ଥାୟୀତ୍ବ ଆଣିପାରିଛି ତାହା ଉପରେ ଆଲୋକିପାତ କରିଥିଲେ, ତତସଙ୍ଗେସଙ୍ଗେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ତାଙ୍କର ବସ୍ତି ବାସିନ୍ଦାଙ୍କ ପ୍ରତି ସହାନୁଭୁତି ଏବଂ ଜାଗା ମିସନ ର ସଫଳତା ରେ ପ୍ରଚଣ୍ଡ ପ୍ରଚେଷ୍ଠା କୁ ସାଧୁବାଦ ଜଣାଇଥିଲେ । ଏହାପରେ ମାନ୍ୟବର ମୁଖ୍ୟମନ୍ତ ପତାକା ଦେଖାଇ
ମହାନଗର ଗୁଡିକରେ ବସ୍ତିର ଡ୍ରୋନ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିଥିଲେ, ଏହା ସଙ୍ଗେ ସଙ୍ଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ୩୩ ଗୋଟି ପୌରାଞ୍ଚଳ ର ୭୦୭ ଗୋଟି ବିଜୁ ଆଦର୍ଶ କଲୋନୀ କୁ ଲୋକାର୍ପଣ କରିଥିଲେ । ଏହା ବ୍ୟତିତ ହିଂଜିଳିକାଟୁ ପୌରପରିଷଦ ଏବଂ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳକୁ ବସ୍ତି ମୁକ୍ତ ବୋଲି ଘୋଷଣା କରିଥିଲେ ।ବସ୍ତିରୁ ବିଜୁ ଆଦର୍ଶ କଲୋନୀ ର ରୂପାନ୍ତକରଣ ଯାତ୍ରା ପୌରପରିଷଦ ଏବଂ SDA ର ଏକ ସମ୍ମିଳିତ କାର୍ଯ୍ୟ, ଯେଉଁଥରେ ନଅ ଗୋଟି ଗୁଣବତ୍ତା ସୁବିଧା ଯଥା ପକ୍କା ରାସ୍ତା, ପକ୍କା ନାଳ,୧୦୦% ପାନୀୟ ଜଳ ଯୋଗାଣ, ୧୦୦% ବ୍ୟକ୍ତିଗତ ଘରୋଇ ଶୌଚାଳୟ, ପ୍ରତି ଘରକୁ ବିଜୁଳି,ଏଲଇଡି ଷ୍ଟ୍ରିଟ୍ ଲାଇଟ୍, ବସ୍ତିରେ ପରିଚୟ ଗୃହ, ଆମୋଦ ପଡିଆ ଓ ଶିଶୁଙ୍କ ପାଇଁ ଖେଳ ଉପକରଣ ଆଦି କରିବାକୁ ପଡିଥାଏ । ଗଞ୍ଜାମ ଜିଲ୍ଲାର ହିଂଜିଳି ପୌରପରିଷଦ ଏବଂ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ଏହି ସବୁ କାର୍ଯ୍ୟ ନିଜର ସାତଗୋଟି (ହିଂଜିଳି ପୌରପରିଷଦ ର ୫ ଗୋଟି ଏବଂ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ୨ ଗୋଟି) ବସ୍ତିରେ କାର୍ଯ୍ୟସମ୍ପାଦନ କରି ବିଜୁ ଆଦର୍ଶ କଲୋନୀରେ ରୂପନ୍ତିକରଣ କରିପାରିଥିଲେ । ଯଦ୍ବାରା ହିଂଜିଳି ପୌରପରିଷଦର ୨୧୨ ଏବଂ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ୯୨ ଘର ଉପକୃତ ହୋଇପାରିଥିଲେ । ଏହାଛଡା ଗଞ୍ଜାମ ଜିଲ୍ଲା ର ଅନ୍ୟ ୧୬ ପୌରାଞ୍ଚଳ ଏବେ ବିଜୁ ଆଦର୍ଶ କଲୋନୀର କାର୍ଯ୍ୟ ସମାପ୍ତି ର ଶେଷ ଧାରାରେ ପହଞ୍ଚିଗଲେଣି ଖୁବ
ଶୀଘ୍ର ଏହି ପୌରାଞ୍ଚଳ ଗୁଡିକ ମଧ୍ୟ ବସ୍ତି ମୁକ୍ତ ସହର ଭାବରେ ନିଜକୁ ଗଢିତୋଳିବେ ।କାର୍ଯ୍ୟକ୍ରମ ର ଶେଷରେ ପୌରପ୍ରଶାସନ ନିର୍ଦ୍ଦେଶକ ଏହି କାର୍ଯ୍ୟକ୍ରମର ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ସେମାନଙ୍କର ଉପସ୍ଥିତି ଏବଂ ଜଗା ମିଶନ ପାଇଁ ସେମାନଙ୍କର ମତାମତ ବାଣ୍ଟିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯାହା କୁ କି ମାନ୍ୟବର ମୁଖ୍ୟମନ୍ତ୍ରୀ ସହରାଞ୍ଚଳର ଗରିବ ଲୋକଙ୍କୁ ଉନ୍ନତ ପାଇଁ ଏକ ଆଧ୍ୟାତ୍ମିକ ଯାତ୍ରା ବୋଲି ସମ୍ବୋଧନ କରିଥିଲେ।

LEAVE A REPLY

Please enter your comment!
Please enter your name here