ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜାତୀୟ ଆଇନ ସେବା ଦିବସ ପାଳନ

0
94

ବ୍ରହ୍ମପୁର,୧୦/୧୧/୨୦୨୨:
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗତକାଲି ମାନ୍ୟବର ଜିଲ୍ଲା ଓ ଦୌରା ଜର୍ଜ ତଥା ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଆଇନ ସେବା ଦିବସ ପ୍ରାଧିକରଣ ତରଫରୁ ପାଳିତ ହୋଇ ଯାଇଛି l ଏହି ଅବସରରେ ଏକ ରାଲି ବ୍ରହ୍ମପୁର ସିଭିଲ କୋର୍ଟ ପରିସରରୁ ବାହାରି ବ୍ରହ୍ମପୁର ଏସ ପି ଅଫିସ ପର୍ଯ୍ୟନ୍ତ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଜିଲ୍ଲା ଓ ଦୌରା ଜର୍ଜ ରହିଥିବା ବେଳେ ସମ୍ମାନିତ ଅତିଥି ରୂପେ ଏଡିଜେ ଏଲ.ଆର ଶ୍ରୀ ରାଜ କୁମାର ଦାସ,୩ୟ ଏଡିଜେ ଡ଼ ଇନ୍ଦୁ ଶର୍ମା, ରେଜିଷ୍ଟ୍ରାର ସୁଶାନ୍ତ କୁ ମିଶ୍ର, ସେକ୍ରେଟାରୀ ଡି.ଏଲ.ଏସ.ଏ କୈଳାସ ସାହୁ ଙ୍କ ସମେତ ବହୁ ଜୁଡ଼ିସିଆଲ ଅଫିସର, ପାରାଲିଗଲ ଭଲ୍ୟୁଣ୍ଟିଅର, ବହୁ ଆଇନଜୀବୀ, ପୋଲିସ ଅଫିସର ଏବଂ ସରକାରୀ ମେଡିକାଲ କେମ୍ପସ ହାଇସ୍କୁଲ ଛାତ୍ର, ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ସହ ସେଠାକାର ଶିକ୍ଷକଗଣ ଅଂଶ ଗ୍ରହଣ କରିଥିଲେ l ଉଚିତ୍ ନ୍ୟାୟ ପାଇବାରୁ ଲୋକମାନେ କିଭଳି ବଞ୍ଚିତ ନ ହେବା ସହ ନିଃଶୁଳ୍କ ଆଇନ ସେବା ଯେପରି ସମସ୍ତେ ପାଇପାରିବେ – ଏହି ରାଲିର ମୁଖ୍ୟ ଆଭିମୁଖ୍ୟ ଥିଲା l ତେବେ ଜନସାଧାରଣ କିଭଳି ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଯୋଜନାର ଲାଭ ପାଇବା ସହ ମାଗଣା ଆଇନ ସେବା ଏବଂ ଯୋଜନା ଗୁଡିକ ବିଷୟରେ ସହଜରେ ଜାଣିପାରିବେ ସେଥିପାଇଁ ରାଲି ମାଧ୍ୟମରେ ଲିଫଲେଟ ବଣ୍ଟନ କରାଯାଇ ଲୋକମାନଙ୍କୁ ସଚେତନତା କରାଯାଇଥିଲା l ଏଥିସହ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ସମ୍ପର୍କରେ ମଧ୍ୟ ରାଲୀ ମାଧ୍ୟମରେ ଅବଗତ କରାଯାଇଥିଲା।
ସେହିପରି ଅପରାହ୍ନ ରେ ବ୍ରହ୍ମପୁରସ୍ଥିତ ଗୁଡସେଡ ରୋଡରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କନଫରେନ୍ସ ହଲଠାରେ ଏହି ଦିବସ ଉପଲକ୍ଷେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ବିଭିନ୍ନ ବିଭାଗ ଦ୍ୱାରା ଜନସାଧାରଣ କିଭଳି ଉଚିତ ନ୍ୟାୟ ପାଇପାରିବେ ଉକ୍ତ ବୈଠକ ରେ ଆଲୋଚନା କରାଯାଇଥିଲା l ବରିଷ୍ଟ ଆଇନଜୀବୀ ତଥା ଡି.ଏଲ.ଏସ.ଏ ମେମ୍ବର ଶ୍ରୀ ଟି. କେ. ରେଡ୍ଡି, ଆଇନଜୀବି ଗୋରଚାନ୍ଦ ଭଟ୍ଟମିଶ୍ର, ଆଇନଜୀବୀ ଡ଼ ମିନାକ୍ଷୀ ଦେବି ଙ୍କ ସମେତ ବହୁ ଆଇନଜୀବୀ, ପାରାଲିଗଲ ଭଲ୍ୟୁଣ୍ଟିଅର,ବହୁ ପୋଲିସ ଅଫିସର ଅଂଶଗ୍ରହଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ କୈଳାଶ ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here