ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ଉପଖଣ୍ଡ ସ୍ତରୀୟ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ l

0
234

ବ୍ରହ୍ମପୁର, ୧୧/୧୧/୨୦୨୨:
ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ଆଜି ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷ୍ୟରେ ଏକ ଆର୍ଥିକ ସାକ୍ଷାରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀ ଯୋଗଦେଇ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ କଷ୍ଟଲବ୍ଧ ସମ୍ବଳ କୁ ବିନିଯୋଗ କରି ଦେଶର ପ୍ରଗତିରେ ସାହାଯ୍ୟ କରିବା, ସେ ନିଜେ ମଧ୍ୟ ପୋଷ୍ଟ ଅଫିସରେ କିଛି କିଛି ସଞ୍ଚୟ କରିଥିବା କହିଥିଲେ ଏବଂ ସମସ୍ତଙ୍କୁ କିଛି କିଛି ସଞ୍ଚୟ କରି ରିଖିବାକୁ ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଅଧୀକ୍ଷକ ଡାକ ବିଭାଗ, ବ୍ରହ୍ମପୁର ଡ଼ିଭିଜନ ଶ୍ରୀ ତାରିଣୀ ଚରଣ ପାଢ଼ୀ ନିଜ ଉପାର୍ଜିତ ଟଙ୍କା ଠକ ସଂସ୍ଥାରେ ଜମା ନକରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ,ଡାକ ଘରେ ଟଙ୍କା ସଞ୍ଚୟ କରିଲେ ରାଜ୍ୟ ଓ ଦେଶ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସାହାଯ୍ୟ ହେଉଛି,ସୁକନ୍ୟା ଯୋଜନା,ଗ୍ରାମୀଣ ଡାକ ଯୋଜନା,ଜୀବନ ଜ୍ୟୋତି ଯୋଜନା, ବିଭିନ୍ନ ବିମା ଯୋଜନା ବିଷୟରେ ଆଲୋକପାତ କରିଥିଲେ l ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ର ବରିଷ୍ଟ ଶାଖା ପ୍ରବନ୍ଧକ ଶ୍ରୀ ବିଷ୍ଣୁ ଚରଣ ରଥ ବ୍ୟାଙ୍କ ସମ୍ବନ୍ଧୀୟ ଯୋଜନା ବିଷୟରେ ବୁଝାଇଥିଲେ। ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ, ଭଞ୍ଜନଗର ଶ୍ରୀ ସନ୍ତୋଷ ରଥ ଇଣ୍ଟରନେଟ ବ୍ୟାକିଙ୍ଗ , ସାଇବର କ୍ରାଇମ, ଚିଟଫଣ୍ଡ ଠକେଇ ଇତ୍ୟାଦି ବିଷୟରେ ଭଲଭାବରେ ବୁଝାଇଥିଲେ l ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗଦେଇ ବିଭିନ୍ନ ଯୋଜନା ଉପରେ ସମସ୍ତ ସ୍ୱଳ୍ପ ସଞ୍ଚୟର ପ୍ରତିନିଧି ମାନଙ୍କୁ ବୁଝାଇ ଥିଲେ l ସ୍ୱଳ୍ପ ସଞ୍ଚୟ ବ୍ୟକ୍ତିର ଆର୍ଥିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ସାଥେ ନିହାତି ଜରୁରୀ ଆବଶକତା ରହିବା ସମୟରେ ତାର ସ୍ୱଳ୍ପ ସଞ୍ଚୟ କୁ ବିନିଯୋଗ କରିପାରିବେ l ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ l ଏହା ଦ୍ୱାରା ଉଭୟ ଦେଶ ଓ ଦେଶବାସୀଙ୍କର ଅର୍ଥନୀତି ବ୍ୟବସ୍ଥା ଅଭିବୃଦ୍ଧି ହୋଇ ପାରିବ ବୋଲି ଅଥିତି ମାନେ ନିଜ ନିଜ ବିବୃତିରେ ଜଣାଇଥିଲେ l ସ୍ୱଳ୍ପ ସଞ୍ଚୟ ବେଳେ ନିଜର କଷ୍ଟ ଲବ୍ଧ ଧନକୁ ବିନିଯୋଗ କରିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ସଂସ୍ଥାରେ ନିଜ ପୁଞ୍ଜିକୁ ଜମା କରିବା ପୂର୍ଵରୁ ଉକ୍ତ ସଂସ୍ଥା ସମ୍ପର୍କିତ ତଥ୍ୟ ଓ ଜ୍ଞାନ ହାସଲ କରିବା ଉଚିତ l ନିର୍ଭର ଯୋଗ୍ୟ ସଂସ୍ଥାରେ ନିଜର ପୁଞ୍ଜି ଜମା କଲେ ଯାଇ ଅଶ୍ୱସ୍ତି ମିଳିବ l ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନତା କରାଇବାର ଆବଶ୍ୟକତା ରହିଛି l ନଚେତ ନିଜର କଷ୍ଟଲବ୍ଧ ଧନ ବାଟମାରଣା ହେବାର ଅନେକ ସାମ୍ବାବନା ରହିଛି l ଆଜିର ଦିନରେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଜମା ଦେଲେ କ୍ଷତିରେ ପଡିବେ l ଯେଉଁ ମାନେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଯୋଜନା ରହିଛି ସେହି ଯୋଜନା ଗୁଡିକରେ ସଞ୍ଚୟ କରି ଡାକଘର ସଞ୍ଚୟ ଖାତା,କିଷାନ ବିକାଶ ପାତ୍ର (KVP) ଜାତୀୟ ସଞ୍ଚୟ ସାର୍ଟିଫିକେଟ,ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF),ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS),ସୁକନ୍ୟା ସମୃଦ୍ଧି ଜମା (SSA),ଡାକଘର ପାଞ୍ଚ ବର୍ଷୀଆ ଅବଧି ଜମା,ଡାକଘର ପୌନଃପୁନିକ ଜମା ଖାତା ,ଡାକଘର ମାସିକ ଆୟ ଯୋଜନା ଓ ଜାତୀୟ ସଞ୍ଚୟ ମାସିକ ଆୟ ଜମା କରିଥିଲେ ସେହି ମାନେ ରାଜ୍ୟ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ମଧ୍ୟରେ କୁପନ ନେଇ ବିଜେତା ହେଇପାରିବେ l ଏଣୁ ଜମା ରାଶି ଜମା ଦେଲା ବେଳେ ନିର୍ଭରଯୋଗ୍ୟ ସଂସ୍ଥାରେ ବିନିଯୋଗ କରନ୍ତୁ ବୋଲି ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ,ଗଞ୍ଜାମ ଶ୍ରୀ ହରି ଚରଣ ମିଶ୍ର ଉପସ୍ଥିତ ଥିବା ପ୍ରତିନିଧି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଜଣାଇ ଥିଲେ l

ଆଜିର ଏହି ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିରରେ ମୁଖ୍ୟଅତିଥି, ସମ୍ମାନିତ ଅତିଥିଙ୍କ ସମେତ ସହକାରୀ ଅଧିକ୍ଷକ ଛତ୍ରପୁର,ଶ୍ରୀ ସଞ୍ଜୟ ଦୋରା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ଶିଶୁ ବିକାଶ ଓ ସୁରକ୍ଷା ଅଧିକାରୀ ବ୍ରହ୍ମପୁର ୨ ଅବିଦା ପର୍ବିନ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ହରି ଚରଣ ମିଶ୍ର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଗଞ୍ଜାମ, ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା ଓ ସମସ୍ତ ସ୍ୱଳ୍ପ ସଞ୍ଚୟର ପ୍ରତିନିଧି ଗଣ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here