ରାଷ୍ଟ୍ରପତିଙ୍କୁ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ଅସମ୍ମାନ ।ରାଷ୍ଟ୍ରପତି ଙ୍କୁ ଅପମାନ କରିବା ଦେଶଦ୍ରୋହ ଠାରୁ କମ୍ ନୁହେଁ: ଡା ଲେଖାଶ୍ରୀ

0
206

ଭୁବନେଶ୍ୱର,୧୨/୧୧/୨୦୨୨: ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନେଇ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ମମତା ବାନାର୍ଜୀଙ୍କ ମହିଳା ସଶକ୍ତିକରଣ ନାଁରେ ନାରୀଶକ୍ତିକୁ ଅବମାନନାର ଚରମ ନିଦ୍ଦର୍ଶନ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଅସମ୍ମାନ ଦେଶଦ୍ରୋହଠାରୁ କୌଣସି ମାତ୍ରାରେ କମ୍ ନୁହେଁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏଭଳି ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ଆଚରଣ ପାଇଁ ଶ୍ରୀ ଗିରିଙ୍କ ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମନ୍ତ୍ରୀପଦରୁ ତୁରନ୍ତ ବହିଷ୍କାର କରାଯାଇ ଗିରଫ କରିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି । ଜଣେ ମହିଳା, ଆଦିବାସୀ ରାଷ୍ଟ୍ରପତିଙ୍କ ଉପରେ ଟିପ୍ପଣୀ ଦେବା ସଭ୍ୟ ସମାଜ ଓ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।

ଟିଏମ୍‌ସି ମନ୍ତ୍ରୀ ଅଞ୍ଛଳ ଗିରିଙ୍କର ଏହି ଅଶାଳୀନ ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଦଳକୁ ମହିଳା, ଜନଜାତି ବିରୋଧୀ ପ୍ରମାଣିତ କରିଛି । ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏବଂ କୌଣସି ବ୍ୟକ୍ତି ବିଶେଷ ସହ ତୁଳନା କରିବା ଅନୁଚିତ ଏବଂ ଅଶୋଭନୀୟ । ଏହି ପଦବୀର ଗାରିମା ଅକ୍ଷୁର୍ଣ୍ଣ ରଖିବା ଦେଶର ସମସ୍ତ ନାଗରିକ ଏବଂ ରାଜନୈତିକ ଦଳମାନଙ୍କର
ସାମ୍ବିଧାନିକ ଦାୟିତ୍ଵ । ଅଖିଳ ଗିରିଙ୍କ ମନ୍ତବ୍ୟ ଏହାର ପରିପନ୍ଥୀ ଏବଂ ଦେଶରୁ ୧୩୦ କୋଟି ଜନତାଙ୍କ ମନରେ ଆଘାତ ପହଂଚାଇଛି । ଦେଶର ରାଷ୍ଟ୍ରପତିଙ୍କ ଉପରେ କୌଣସି ପ୍ରକାର ପ୍ରଶ୍ନବାଚୀ, ଟିପ୍ପଣୀ ବା ଆଙ୍ଗୁଳି ନିର୍ଦ୍ଦେଶ କରିହେବ ନାହିଁ । ଏଣୁ ପଦବୀର ଗାରିବା କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରିଥିବା ଅଖେଳ ଗିରିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଡ. ଲେଖାଶ୍ରୀ ଦାବି କରିଛନ୍ତି |ତୃଣମୂଳ କଂଗ୍ରେସ ପ୍ରମାଣିତ କରିଛି ଜଣେ ଗୌରବମୟୀ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବା ସେମାନଙ୍କର ସହ୍ୟ ହେଉନାହିଁ । ଏହା ଏକ ଦଣ୍ଡନୀୟ ଏବଂ ଅକ୍ଷମଣୀୟ ଅପରାଧ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଏହି ଅଶୋଭନୀୟ ଆଚରଣ ବିରୋଧରେ ସମଗ୍ର ୧୩୦ କୋଟି ଦେଶବାସୀ ଏବଂ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠୁଛି ।ଦେଶବାସୀ ଉତ୍‌କ୍ଷିପ୍ତ ଯେ, ତାଙ୍କ ପ୍ରିୟ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବାର ଦୃସାହସ ତୃଣମୂଳ କରିଛି । ଏଣୁ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ସମସ୍ତ ଜିଲ୍ଲାରେ ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ କୁଶପୂତୋଳିକା ଦାହ ସହ ପ୍ରତିବାଦ ହେବ ଏବଂ ଥାନାରେ ଏଫ ଆଇ ଆର ଦାଖଲ କରାଯିବ ବୋଲି ଡ.ଲେଖାଶ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here