ବେଗୁନିଆପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଏକ ବିଂଶତମ ବାର୍ଷିକକ୍ରୀଡ଼ା ସମାରୋହ ଉଦଯାପିତ

0
88

ବ୍ରହ୍ମପୁର,୦୨/୧୨/୨୦୨୨ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ହନୁମାନ ବାଟିକା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଏକ ବିଂଶତମ ବାର୍ଷିକକ୍ରୀଡ଼ା ସମାରୋହ ଉଦଯାପିତ ହୋଇଯାଇଛି । ଏଥିରେ ଶିଶୁ ପ୍ରାରମ୍ଭ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ ଜଣ ଛାତ୍ର, ଛାତ୍ରୀ ଅଂଶଗ୍ରହଣ କରିଥିଲେ I ଏହା ଗତ ୨୯ ତାରିଖ ଦିନ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ଦଣ୍ଡୁ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତିସଭ୍ଯା ପ୍ରତିନିଧି ଏ. ସନ୍ତୋଷ କୁମାର ପାତ୍ର, ନାୟବ ସରପଞ୍ଚ ଦେବରାଜ ପାତ୍ର ସମେତ ଅନ୍ୟମାନେ ଯୋଗଦେଇଥିଲେ ।ଏଥିସହିତ ଉପସ୍ଥିତ ଅତିଥିମାନେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଖେଳ ପ୍ରଦର୍ଶନ କରି ଅନୁଷ୍ଠାନ ର ନାମ କୁ ଗୌରବାନ୍ବିତ କରିବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ I ଏଥିରେ ପରିଚାଳନା ସମିତି ର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ପ୍ରଧାନ ଆଚାର୍ଯ୍ୟ ସମେତ ସମସ୍ତ ଗୁରୁଜୀ, ଗୁରୁମା ମାନେ ଉପସ୍ଥିତ ରହିବା ସହ ବାର୍ଷିକ କ୍ରୀଡା ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ I

LEAVE A REPLY

Please enter your comment!
Please enter your name here