ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗୌତମୀ ସରପଞ୍ଚ ଓ ସମିତିସଭ୍ୟଙ୍କ ନିଆରା ପ୍ରୟାସ

0
180

ବ୍ରହ୍ମପୁର, ୦୨/୧୨/୨୦୨୨ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ଉଦ୍ୟମରୁ ଅଞ୍ଚଳରେଏକ ନିଆରା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଦେଖିବାକୁ ମିଳିଛି l ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ରେଡ୍ଡୀ ଓ ସମିତିସଭ୍ୟ ଶ୍ରୀ ଦନାର୍ଦନ ପଲେଇଙ୍କ ମିଳିତ ଉଦ୍ୟମରେ ଗୌତମୀ କଲ୍ୟାଣୀ ମଣ୍ଡପ – ୧ ରେ ଆଜି ସ୍ଵତନ୍ତ୍ର ଇଲେକ୍ଟ୍ରୋ ହୋମିଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ଦିଲ୍ଲୀରୁ ଆସିଥିବା ପ୍ରଫେସର ଡ଼ଃ ବୀରେନ୍ଦ୍ର କୁମାର ସିଂଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମରେ ଡ଼ଃ ଯଶସ୍ୱିନୀ ବ୍ରହ୍ମା, ଡ଼ଃ ସଞ୍ଜୟ କୁମାର ସାହୁ ଓ ଡ଼ଃ ଅମରେଶ୍ୱର ପାଢ଼ୀ ପ୍ରମୁଖ ଗୌତମୀରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ହୋମିଓ ପାଥିକ ଔଷଧକୁ ଅଧାମୂଲ୍ୟ ରିହାତିରେ ଲୋକଙ୍କୁ ଉପଲବ୍ଧ ମଧ୍ୟ କରୁଛନ୍ତି । ଯେକୌଣସି ରୋଗକୁ ଶରୀରରୁ ସମୂଳେ ନଷ୍ଟ କରିବାର କ୍ଷମତା ହୋମିଓ ମେଡ଼ିସିନରେ ରହିଥିବା କାରଣରୁ ଆୟୋଜିତ ଶିବିରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି l ଆୟୋଜିତ ଏହି ଶିବିରକୁ ସାନଖେମୁଣ୍ଡି ପୂର୍ବତନ ବ୍ଲକ ଅଧକ୍ଷ୍ ଅନ୍ତର୍ଯ୍ୟାମୀ ସ୍ୱାଇଁ ଉଦଘାଟନ କରି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ସହ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ , ନାଏବ ସରପଞ୍ଚ ଭୀମରାଜଙ୍କ ସମେତ ପଞ୍ଚାୟତବାସୀ ସହଯୋଗ କରିଥିଲେ l ଗୌତମୀ ପଞ୍ଚାୟତରେ ଆୟୋଜିତ ହୋଇଥିବା ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ସାଧାରଣରେ ଆଲୋଚ୍ୟ ବିଷୟ ହୋଇଅଛି ।

LEAVE A REPLY

Please enter your comment!
Please enter your name here