ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା “ଉତ୍ସାହ ” ଉଦଯାପିତ

0
214

ବ୍ରହ୍ମପୁର,୦୩/୧୨/୨୦୨୨:
ସ୍ଥାନୀୟ ଖଲ୍ଲିକୋଟ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା “ଉତ୍ସାହ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କ୍ରୀଡା ପ୍ରତିଯୋଗିତା ରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା ଙ୍କ ପୌରହିତ୍ୟ ରେ ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରିହର ପାଢ଼ୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଅମିୟ ତ୍ରିପାଠୀ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ଅମିୟ କୁମାର ପରିଛା , ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ, ଅଣ ଅନୁଷ୍ଠାନିକ ଅଧିକାରୀ ସୁଶାନ୍ତ ସାହୁ, ଶିବ ପ୍ରସାଦ ରଥ,ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପ୍ରତିଯୋଗିତା କୁ ଆରମ୍ଭ କରିଥିଲେ l ଗଞ୍ଜାମ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନ ର ଛାତ୍ର ଓ ଛାତ୍ରୀ ମାନେ ଦୌଡ଼,
ଉଚ୍ଚ ଡିଆଁ,ଲମ୍ବା ଡିଆଁ, ଚେସ, କ୍ୟରେମ,ଫୁଟବଲ,ଇତ୍ୟାଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ବିଭୁ ପ୍ରସାଦ ସାମନ୍ତରାୟ ,ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଶ୍ୟାମାକାନ୍ତ ଜେନା, ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଶିବ ପ୍ରସାଦ ରଥ,କାମେଶ୍ୱର ପରିଡା, ସୁଜିତ କୁମାର ସାହୁ, ଚାଇଲଡ ଲାଇନ, ପ୍ରଣତି କାଉର, ଗୀତାଞ୍ଜଳି ଦୋରା, ସିବିୟାନ ପ୍ରଧାନ, ଅରୁନ୍ଧତୀ ପରିଡା, କୁସ୍ତିତା ନାୟକ, ସୁନୀଲ ବଡ଼ସେଟ, ଜଗନ୍ନାଥ ବେହେରା, ବୃନ୍ଦାବନ ପ୍ରଧାନ, ଶିଶିର ରାଜ,କାଳିଆ ବେହେରା, ଭାରତୀ ଗୌଡ଼, ଜୋତ୍ସ୍ନା ପାଣିଗ୍ରାହୀ,ଏମ.ପୂର୍ଣ୍ଣଶ୍ବରୀ ସୁନୀଲ ଚନ୍ଦ୍ର ସ୍ୱାଇଁ ଅରୁଣା, ପୋଲିସ ଅଧିକାରୀ,ପ୍ରମୁଖ ପରିଚାଳନା କରିଥିଲେ l ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଚିକିଟି ବାହିନୀପତି ଦିବ୍ୟ ଜୀବନ ସଂଘ ର ଶିଶୁ ଯତ୍ନ ଅନୁଷ୍ଠାନ, ଧରାକୋଟ ବାଲ୍ମୀକେଶ୍ୱେର ଶିଶୁ ଯତ୍ନ ଅନୁଷ୍ଠାନ, ଗୋପାଳପୁର ଶିଶୁ ଯତ୍ନ ଅନୁଷ୍ଠାନ ଓ ଉତ୍କଳ ବାଳାଶ୍ରମ ର ୧୦୦ ରୁ ଉର୍ଦ୍ଧ୍ବ ଶିଶୁ ମାନେ ଅଂଶ ଗ୍ରହଣ କରିଥିଲେ l ଜିଲ୍ଲା ସ୍ତର ରେ ମନୋନୀତ କୃତୀ ପ୍ରତିଯୋଗୀ ମାନେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ l

LEAVE A REPLY

Please enter your comment!
Please enter your name here