କୋଦଳା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ରାମାନନ୍ଦ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

0
147

ବ୍ରହ୍ମପୁର,୦୬/୧୨/୨୦୨୨ (ଟୁକୁନା ପ୍ରଧାନ)ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ରେ ଆଜି ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଗୃହରକ୍ଷୀ ସଂସ୍ଥା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିବା ଏସ୍ ପି ବ୍ରିଜେଶ କୁମାର ରାୟ ଉତ୍ତମ କାର୍ଯ୍ୟ ଦକ୍ଷତା ଏବଂ ସେବା ପାଇଁ ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ରାମାନନ୍ଦ ମିଶ୍ର ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଗୃହରକ୍ଷୀ ମାନେ ଉପସ୍ଥିତ ଥିଲେ । ଏନେଇ ରାମାନନ୍ଦ ଖୁସୀବ୍ୟକ୍ତ ପ୍ରକାଶ କରିବା ସହିତ ଗଞ୍ଜାମ ଏସ୍ ପି ଏବଂ ବରିଷ୍ଠ ପୋଲିସ ପଦାଧିକାରୀ, କୋଦଳା ଥାନାଧିକାରୀ ଉମାକାନ୍ତ ସାହୁ ଏବଂ ସମସ୍ତ ଗୃହରକ୍ଷୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here