ଘରେ ପଶି ମହିଳାଙ୍କୁ ଅସଦାଚରଣ ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ଶାସକ ଦଳର ଯୁବନେତା ଥାନାରେ ଅଟକ

0
83

ବ୍ରହ୍ମପୁର,୦୬/୧୨/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ଦଳର ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ମଦ ମାଫିଆ ପି. ଜଗା ରାଓ ରେଡ୍ଡୀକୁ ଥାନାରେ ଅଟକ ରଖିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ, ସୋରଳ ଗାଁର ଖଟାଙ୍ଗ ବେହେରା ତାଙ୍କ ସ୍ତ୍ରୀ ଗତ ୪ ତାରିଖ ରାତିରେ ଖାଇପିଇ ଶୋଇଥିଲେ l ରାତି ପ୍ରାୟ ୧୧ଟା ବେଳେ ଜଗା ରାଓ ରେଡ୍ଡୀ ଘରର ଟିଣ କବାଟ ଭାଙ୍ଗି ଘରେ ପଶିବା ସହ ତାଙ୍କ ସ୍ତ୍ରୀ ପିନ୍ଧିଥିବା ବସ୍ତ୍ର ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ସ୍ତ୍ରୀ ଉଠିପଡ଼ି ପ୍ରତିବାଦ କରିବା ସହ ଚିତ୍କାର କରିଥିଲା l ଏଥିରେ ଜଗା ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲା l ପାଟିଶୁଣି ସ୍ୱାମି ଖଟାଙ୍ଗ ବେହେରା ଉଠିପଡ଼ିବା ସହ ପ୍ରତିରୋଧ କରିଥିଲେ l ଏଥିରେ ଜଗା ଉତ୍ତେଜିତ ହୋଇ ତାଙ୍କ ଜାତିକୁ ଆକ୍ଷେପ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଵା ସହ ଯଦି ଘଟଣା ସମ୍ପର୍କରେ କାହାକୁ କହିବୁ ଜୀବନରେ ମାରିଦେବି ବୋଲି ଧମକ ଦେଇ ଚାଲିଯାଇଥିବା ଖଟାଙ୍ଗ ଏତଲାରେ ଦର୍ଶାଇଛନ୍ତି l ଏନେଇ ଉଭୟ ଙ୍କ ମଧ୍ୟରେ ଗ୍ରାମରେ ଆଲୋଚନାରେ ବିଫଳ ହେବାରୁ ଅଭିଯୋଗ ପହଞ୍ଚିଲା ଥାନାରେ।ଗୋଳନ୍ଥରା ଥାନାରେ ସ୍ୱାମୀ ଖଟାଙ୍ଗ ବେହେରା ଲିଖିତ ଏତଲା ଦେବା ପରେ ପୋଲିସ କେଶ ନଂ୪୪୫/୨୨ରେ ଏକ ମାମଲା ରୁଜୁ କରିବା ସହ ଆସାମୀ ଜଗା ରାଓକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ପୋଲିସ ସୂଚନା ଦଦେଉଥିବା ବେଳେ ପୀଡ଼ିତାଙ୍କ ସ୍ଵାମୀ ଖଟାଙ୍ଗ କହୁଛନ୍ତି କୋର୍ଟ ଚାଲାଣ କରାଯାଇଛି। ପୁଲିସ ଏହାକୁ ଚାପି ଦେବାକୁ ଚେଷ୍ଟା ଚଳାଇଛି।ସୂଚନା ମିଳିଛି ଯେ ଅଭିଯୁକ୍ତ ଜଗା ଏହିପରି ଅନେକ ଥର ଘଟଣା ଘଟାଉ ଥିଲେ ମଧ୍ୟ ଶାସକ ଦଳର ଯୁବନେତା ହେତୁ ଗାଁରେ ମାମଲା ରଫା ଦଫା କରି ଧମକ ଚମକ ଦେଉଥିଲେ। ଥାନାରେ ମାମଲା କରିବାକୁ ଧମକ ଚମକ ଦେଉଥିଲେ।ସେ ଜଣେ ମଦ ମାଫିଆ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here