ମାନସିକତା ପରିବର୍ତ୍ତନ ହେଲେ ଲିଙ୍ଗ ଭିତ୍ତିକ ଅଧିକାର ସାବ୍ୟସ୍ତ ପାଇପାରିବେ

0
257

ବ୍ରହ୍ମପୁର, ୦୬ /୧୨/୨୦୨୨ : ଆଇଏସଆରଡ଼ି, ବ୍ରହ୍ମପୁର ଅନୁଷ୍ଟିତ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଆୟୋଜନ କାର୍ଯ୍ୟକ୍ରମ ରେଲୱେ ଇନ୍ସଟିଟିଉଟ ଠାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ଶୁଭଶ୍ରୀ ରଥ ଉପଜିଲ୍ଲାପାଳ ଯୋଗ ଦେଇ ପ୍ରତ୍ୟେକ ମହିଳା ଅନ୍ୟକୁ ବାଛ ବିଚାର ନକରି ମାନସିକତା ସ୍ତରରେ ପରିବର୍ତ୍ତନ ହେଲେ ଲିଙ୍ଗ ଭିତ୍ତିକ ଅଧିକାର ସାବ୍ୟସ୍ତ ପାଇପାରିବେ । ଲିଙ୍ଗ ଭିତ୍ତିକ ହିଂସା ସମାଜରେ ଅଧିକ ସକ୍ରିୟ ଏବଂ କ୍ଷମତାଶାଳି ବ୍ୟକ୍ତି ମାନେ ସମାଜରେ ସାମାଜିକ ଅସମାନତା, ଲିଙ୍ଗ ଭେଦ, ନିଜ କ୍ଷମତାର ଅପବ୍ୟବହାର ଏବଂ ହିଂସା ସୃଷ୍ଟି କରି ସାମାଜିକ ପରିବେଶକୁ ଦୂଷିତ କରି ଆବାହମାନ କାଳରୁ ଲିଙ୍ଗ ଭେଦକୁ ନେଇ କୁସଂସ୍କାର ପ୍ରଥା ଚାଲି ଆସିଛି ଏବଂ ମହିଳା ଓ ତୃତୀୟ ଲିଙ୍ଗି (କିନ୍ନର) ମାନେ ଲିଙ୍ଗ ଭିତ୍ତିକ ହିଂସାର ସମ୍ମୁଖୀନ ହୋଇଥାନ୍ତି। ଛୋଟ ଜାତି ବା ଆଦିବାସୀ ମଣିଷ ମାନେ ମଧ୍ୟ ଲିଙ୍ଗ ଭିତ୍ତିକ ହିଂସାର ଶିକାର ହୋଇଥାନ୍ତି ଏବଂ ବିଭିର୍ନ୍ନ ପ୍ରକାରର ଲିଙ୍ଗ ଭିତ୍ତିକ ହିଂସା ଦ୍ଵାରା ଶାରୀରିକ, ଯୌନ ନିର୍ଯ୍ୟାତନା,ମାନସିକ,ସାମାଜିକ,ଅର୍ଥନୈତିକ ଲିଙ୍ଗ ଭିତ୍ତିକ ହିଂସାର ଅନେକ କାରଣ ମଧ୍ୟ ରହିଛି ଯେପରି ଦାରିଦ୍ର୍ୟତା,ନାରୀ ମାନଙ୍କ ଦୁର୍ବଳତା, ଦୁର୍ବଳ ମଣିଷ ଏବଂ ସେମାନଙ୍କ ମାନସିକତା,ଉଚ୍ଚ ଓ ନିଚ୍ଚ ର ଭେଦଭାବ ସୃଷ୍ଟି କରୁଥିବା କଥା ସଂମ୍ମାନିତ ଅତିଥି ଭାବେ ଶ୍ରୀମତୀ ସଂଗୀତା ପାତ୍ର, ମହିଳା ସୁରକ୍ଷା ଅଧିକାରୀ; ଶ୍ରୀ ବସନ୍ତ କୁମାର ଶତପଥୀ, CTI,; ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ, ଜିଆରପି; ପି. ହରିଶ କୁମାର, ଆରପିଏଫ ; ହରିହର ପାଢୀ, ଶିଶୁମଙ୍ଗଳ ଅଧିକାରୀ ସଭ୍ୟ; ମହେଶ୍ଵତା ପାଢୀ, ୱାନ ସ୍ଟପ ସେଣ୍ଟର ଯୋଗ ଦେଇ ମତ ପ୍ରକାଶ କରିଥିଲେ । ପୁଲିସ ୟୁନିୟନ ତରଫରୁ, ରାମ ଚନ୍ଦ୍ର ପାଣିଗ୍ରାହୀ, ଅଟୋ ୟୁନିୟନ ସଭ୍ୟ ହରିହର ବେହେରା, ସନ୍ତୋଷ କୁମାର ସାହୁ, ଶିଶୁ ସଂଘ ତରଫରୁ ଶଙ୍କର ଶେଠୀ,କୁଲି ୟୁନିୟନ, ରେଳ ସ୍ଟେଶନର ସଫେଈ କର୍ମଚାରି ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜର ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ବ୍ରହ୍ମା ସଭାପତିତ୍ଵ କରି ମାନବଚାଲାଣ ଲିଙ୍ଗ ଭିତ୍ତିକ ହିଂସାକୁ ମୁଳଉତ୍ପାଟନ କରିବା ପାଇଁ ଆହ୍ଵାନ କରିଥିଲେ । ଆଇଏସଆରଡ଼ି ନିର୍ଦ୍ଧେଶକ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଶ୍ରୀ ସୁଧୀର ସାବତ ପ୍ରକାଶ କରିଥିଲେ ଓ କଲ୍ୟାଣ କୁମାର ସିଂ, ଗୋପାଳ କୃଷ୍ଣ ଦଳବେହେରା ଧନ୍ୟବାଦ ଦେଇଥଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଚାଇଲ୍ଡଲାଇନ , ରେଲୱେ ଚାଇଲ୍ଡଲାଇନ ଓ ୱାନ ସ୍ଟପ ସେଣ୍ଟର(ସଖୀ) ମିଳିତ ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here