ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ • କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଣ୍ଟର (ଏଫସିସି)କୁ “ସମ୍ପର୍କ କେନ୍ଦ୍ର’ରେ ରୂପାନ୍ତରିତ କରିବ • ଗ୍ରାମାଞ୍ଚଳ ଲାଗି ସେବା ମୂତୟନ

0
217

ଭୁବନେଶ୍ୱର,୦୯/୧୨/୨୦୨୨: ଗ୍ରାମାଞ୍ଚଳ ରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍ ସେଂଟରକୁ “ସମ୍ପର୍କ” କେନ୍ଦ୍ରରେ ପରିଣତ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଲକ୍ଷ୍ୟ ରଖିଛି । ବ୍ରହ୍ମପୁର ବିଦ୍ୟୁତ ଡିଭିଜନ (ମଣ୍ଡଳ) ୨ ଓ ୩ ଏବଂ ହିଞ୍ଜିଳିକାଟୁ ଡିଭିଜନରେ ଏହି କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହୋଇଛି । ଟିପିଏସ୍ଓଡିଏଲ୍ ସମସ୍ତ ଗ୍ରାମୀଣ ଏଫସିସିକୁ ସମ୍ପର୍କ କେନ୍ଦ୍ରରେ ପରିଣତ କରିବାକୁ ଚାହୁଛି।
ଗ୍ରାମୀଣ ସେବା ପ୍ରଦାନରେ ସମ୍ପର୍କ କେନ୍ଦ୍ରଗୁଡ଼ିକ ପରିବର୍ତନକାରୀର ଭୂମିକା ତୁଲାଇବେ କାରଣ ବିଦ୍ୟୁତ ଯୋଗାଣ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ଲାଗି ସେଗୁଡ଼ିକ ପ୍ରଭାବୀ ଟଚ୍-ପଏଣ୍ଟ ଭାବେ କାର୍ଯ୍ୟ କରିବେ । ବିଲ୍ ଦେୟ ସମସ୍ୟା, ବିବାଦୀୟ ବିଲ୍ ର ଫଇସଲା, ଯୋଗାଯୋଗ ନମ୍ବର ଓ ଇ-ମେଲ୍ ଠିକଣା ଅପଡେଟ, ନୂଆ ସଂଯୋଗ ବିଷୟରେ ସୂଚନା, ବକେୟାର ସ୍ପଟ୍ କଲେକ୍ସନ ଏବଂ ମିଟର ନଥିବା ସଂଯୋଗର ନିୟମିତକରଣ, ଚୋରି/ ଉତ୍ପୀଡ଼ନ ସୂଚନା, ବାଣିଜ୍ୟିକ ଅଭିଯୋଗ ଦାଖଲ ଏବଂ ଅନ୍ୟାନ୍ୟ ବିଦ୍ୟୁତ ସମ୍ପର୍କିତ ସମସ୍ୟା ଲାଗି ଗ୍ରାହକମାନେ ସମ୍ପର୍କ କେନ୍ଦ୍ର ପରିଦର୍ଶନ କରିପାରିବେ ।ଏହି ପ୍ରକ୍ରିୟାକୁ ଅଧିକ ସହଜ କରିବା ଲାଗି ଗ୍ରାହକମାନେ ସେମାନଙ୍କ ଅଭିଯୋଗ ପାଇଁ ଚବିଶ ଘଂଟିଆ ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫୬-୭୯୭ରେ କଲ୍ କରିପାରିବେ ଏବଂ ନୂଆ ସଂଯୋଗ ପାଇବା ଲାଗି ୭୦୦୮୮୦୮୮୮୮ରେ ମିସଡ଼ କଲ୍ କରିପାରିବେ।
“ଟିପିଏସ୍ଓଡିଏଲ୍ ସର୍ବଦା ଗ୍ରାହକ ସେବାକୁ ସର୍ବାଧିକ ପ୍ରାଥମିକତା ଦେଉଛି । ବର୍ତମାନର ଭିତ୍ତିଭୂମିରେ ଉନ୍ନତୀକରଣ, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣର ପ୍ରଦର୍ଶନ, ଗ୍ରାହକ ସମ୍ପର୍କ କେନ୍ଦ୍ର ପରିଚାଳନା, ଗ୍ରାମାଞ୍ଚଳ ରେ ଭରସାଯୋଗ୍ୟତାରେ ଉନ୍ନତି ଓ ଗ୍ରାହକ ସନ୍ତୁଷ୍ଟି ଲକ୍ଷ୍ୟ ହାସଲ କରିବା ଉପରେ ବ୍ୟାପକ ଧ୍ୟାନ ଦିଆଯାଉଛି ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂ କହିଛନ୍ତି ।’’

LEAVE A REPLY

Please enter your comment!
Please enter your name here