Home ବ୍ରହ୍ମପୁର ସ୍ପେଶାଳ ଆଧାର କାର୍ଡ ସକାଶେ ପଞ୍ଜୀକରଣ ଏବଂ ସଂଶୋଧନ

ଆଧାର କାର୍ଡ ସକାଶେ ପଞ୍ଜୀକରଣ ଏବଂ ସଂଶୋଧନ

0
249

ଛତ୍ରପୁର,୦୯/୧୨/୨୦୨୨: ଜିଲ୍ଲାର ସମସ୍ତ ଜନ୍ମିତ ଶିଶୁଙ୍କ ଠାରୁ ଆରମ୍ଭ କରି ୫ ବର୍ଷ ଶିଶୁଙ୍କ ନାମ ଆଧାର କାର୍ଡ ସକାଶେ ପଞ୍ଜୀକରଣ କରିବା ପ୍ରକ୍ରିୟା ଏବଂ ଯେଉଁ ମାନଙ୍କ ପୂର୍ବ ଆଧାର କାର୍ଡରେ କିଛି ତ୍ରୁଟି ରହିଛି ସେଗୁଡିକର ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟ କିଭଳି ସୂଚାରୁ ରୂପେ ସମ୍ପାଦିତ ହେବ ସେ ନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ନିର୍ଦ୍ଦେଶ ମୁତାବକ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ୟୁନିକ ଆଧାର ପରିଚୟ ପତ୍ର ସକାଶେ ବାୟୋମାଟ୍ରିକ ପଞ୍ଜୀକରଣ ମାଇକ୍ରୋ ଯୋଜନା ଅନୁସାରେ ହେବ । ଜିଲ୍ଲାରୁ ଜଣେ ବି ବ୍ୟକ୍ତି ଏହି କାର୍ଯ୍ୟରୁ ବାଦ ପଡିବେ ନାହିଁ , ସେଥି ସକାଶେ ଜିଲ୍ଲାପାଳ ଗୁରୁତ୍ଵ ଦେଇଛନ୍ତି ଏବଂ ଜିଲ୍ଲାର ସମସ୍ତ ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଉଛି ସେମାନେ ନିଜ ଅଞ୍ଚଳରେ ଥିବା ଆଧାର ପଞ୍ଜୀକରଣ କେନ୍ଦ୍ର ମାନଙ୍କୁ ଯାଇ ନିଜ ଆଧାର କାର୍ଡ ରେ ଭୁଲ ରହିଥିବା ତଥ୍ୟଗୁଡିକ ସଂଶୋଧନ କରାଇନିଅନ୍ତୁ । ଯେଉଁ ନାଗରିକ ମାନଙ୍କର ଆଧାର କାର୍ଡ ଗତ ୧୦ ବର୍ଷ ଧରି ରହିଛି ସେମାନଙ୍କର ପୁନଃ ଯାଞ୍ଚ କରି ସଂପୂର୍ଣ୍ଣ ସଠିକ ତଥ୍ୟ ସମ୍ବଳିତ ଆଧାର ତାଲିକା ପ୍ରସ୍ତୁତ କରାଯାଉଛି । ଆଧାର କାର୍ଡ ନିମନ୍ତେ ନିଜର ପରିଚୟ ପତ୍ର ଏବଂ ଠିକଣା ପରିଚୟ ପତ୍ର ଆବଶ୍ୟକ । ପୂର୍ବରୁ ରହିଥିବା ଆଧାର କାର୍ଡରେ ନିଜ ନାମ,ବୟସ,ଠିକଣା ଇତ୍ୟାଦି ତଥ୍ୟ ଭୁଲ ଥିଲେ, ସେଗୁଡିକ ମଧ୍ୟ ସଂଶୋଧନ କରାଯାଉଅଛି । ମହିଳା ଓ ଶିଶୁ ବିକାଶ ଯୋଜନା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ଯୋଗାଣ ବିଭାଗ ଏବଂ UIDAI ଙ୍କ ମିଳିତ ସହଯୋଗ କ୍ରମେ ସମସ୍ତ କର୍ମଚାରୀ,ଅଧିକାରୀ ଏହି କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ବ୍ଯାଙ୍କ ଓ ପୋଷ୍ଟାଲ ବିଭାଗର ତଥ୍ୟକୁ ମଧ୍ୟ ଏଥିରେ ସାମିଲ କରି ସଂପୂର୍ଣ୍ଣ ତଥ୍ୟ ଯେଭଳି ସଠିକ ହୋଇପାରିବ ,ସେଥି ସକାଶେ ସମସ୍ତ ପ୍ରୟାସ କରାଯାଉଛି । ସମସ୍ତ ପଞ୍ଜୀକୃତ ବ୍ୟକ୍ତିବିଶେଷଙ୍କ ଜନ୍ମଗତ ପ୍ରମାଣପତ୍ର କୁ ଆଧାର କରି ବୟସ ଲିପିବଦ୍ଧ ହେଉଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ବହନ କରି ସମସ୍ତ ଶୂନ ବୟସ ରୁ ୫ ବର୍ଷ ବୟସ ଏବଂ ସମସ୍ତ ବୟସର ନାମ କିଭଳି ନିର୍ଭୁଲ ତଥ୍ୟ ପଞ୍ଜୀକରଣ ହେବ ସେହି ଦିଗରେ ପ୍ରୟାସ ଜାରିରହିଛି । UIDAI ଦ୍ଵାରା ନିଯୁକ୍ତ ହୋଇଥିବା ପଞ୍ଜୀକରଣ ପ୍ରତିନିଧି ମାନଙ୍କ ସହାୟତା କ୍ରମେ ମାଇକ୍ରୋ ପ୍ଳାନ କରାଯାଇ ଆଗାମୀ ଦେଢ ମାସ ମଧ୍ୟରେ ଏହି କାର୍ଯ୍ୟ ଯେମିତି ସମ୍ପନ୍ନ ହେବ ,ସେଥି ସକାଶେ ଯୋଜନା ଦ୍ଵାରା କାର୍ଯ୍ୟକାରୀ ହେଉଛି । ଏହି କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାବାସୀ ଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବନିତା ସେନାପତି, ଇ-ଗଭର୍ନାନ୍ସ ପରିଚାଳକ ଏ.ଗୁରୁପ୍ରସାଦ ଦୋରା ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!