ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

0
137

ବୁଗୁଡା, ୧୦/୧୨/୨୦୨୨: ନବବିବାହିତ ଯୁବକଙ୍କ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି।ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ଦେବୀ ପ୍ରସାଦ ହୋତା। ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବୁଗୁଡା ଏନଏସି ୬ ନଂ ୱାଡରେ। ଦେବୀ ପ୍ରସାଦ ହୋତା ବୁଗୁଡା ସହରର ବାଲିପିଣ୍ତି ସାହିର ଦିଲ୍ଲୀପ ଦେବତାଙ୍କ ଝିଅ ଫାଲଗୁନିଙ୍କୁ ଗତ ତିନିମାସ ପୂର୍ବେ ବିବାହ କରିଥିଲେ। ଡିସେମ୍ବର ୧୦ ତାରିଖ ପୂର୍ବ ରାତ୍ରରେ ଦେବୀ ପ୍ରସାଦ ଦ୍ୱିତୀୟ ମହଲା କୋଠରୀରେ ଶୋଇଥିଲେ। ଦେବୀ ପ୍ରସାଦ ତଳ ଘରକୁ ଆସିବାରେ ବହୁତ ବିଳମ୍ବ ହେବାରୁ ପରିବାର ଲୋକେ ଉପରକୁ ମହଲାକୁ ଯାଇ ଦେବୀ ପ୍ରସାଦଙ୍କୁ ଡାକିଥିଲେ ମଧ୍ୟ ଶୁଣିନଥିଲେ। କବାଟ ଭାଙ୍ଗି ପରିବାର ଲୋକେ ଦେବୀ ପ୍ରସାଦଙ୍କ ମର ଶରୀର ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଦେବୀ ପ୍ରସାଦ ନିଜେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ଯା କରିଥିବା ଅନୁମାନ କରାଯାଉଛି। ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମର ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here