“ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ” କାର୍ଯକ୍ରମ ର ଦ୍ଵିତୀୟ ଅଭିଯାନ ସୁନାପୁର ବେଳାଭୂମି ଠାରେ ଅନୁଷ୍ଠିତ

0
122

ବ୍ରହ୍ମପୁର,୧୧/୧୨/୨୦୨୨:
ଆଜି ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘଠନ “ବ୍ରହ୍ମପୁର ସବୁଜ ବାହିନୀ” ଆନୁକୁଲ୍ୟରେ ଓ କଳିଙ୍ଗ ବିଦ୍ୟା ମନ୍ଦିର ବ୍ରହ୍ମପୁର ସହଯୋଗରେ “ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ” ନାମକ କାର୍ଯକ୍ରମ ର ଦ୍ଵିତୀୟ ଅଭିଯାନ ସୁନାପୁର ବେଳାଭୂମି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ମୁକ୍ତ କରିବା। ବ୍ରହ୍ମପୁର ସବୁଜ ବାହିନୀର ସ୍ଵଛତା କାର୍ଯ୍ୟକ୍ରମ ପ୍ରଥମ ଅଭିଯାନ ମା ମହୁରୀ କଳୁଆ ପୀଠରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ଅଭିଯାନ ସୁନାପୁର ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ସୁନପୁର ଗ୍ରାମର ଗ୍ରାମବାସୀ ଙ୍କ ସହ ସରପଞ୍ଚ ଲକ୍ଷ୍ମୀଧର ବେହେରା ଓ ସମିତି ସଭ୍ୟ ଅମୁଲ୍ୟ ବେହେରା ସହଯୋଗ କରିଥିବା ବେଳେ କଳିଙ୍ଗ ବିଦ୍ୟ ମନ୍ଦିର ର ସ୍କାଉଟ ଗାଇଡ୍ ଛାତ୍ର ଛାତ୍ରୀ,ଗୁରୂମା,ଗୁରୁଜି ମାନେ ମିଶି ସଫେଇ କାର୍ଯକ୍ରମ ରେ ସହଯୋଗ କରିଥିଲେ। ବ୍ରହ୍ମପୁର ସବୁଜ ବାହିନୀ ଏହିପରି କାର୍ଯ୍ୟକ୍ରମ ମାଧ୍ୟମ ରେ ବିଭିନ୍ନ ପର୍ଯଟନ ସ୍ଥଳୀ ରେ ଥିବା ସ୍ଥାନିୟ କମିଟି ସହ ମିଶି ସଫେଇ କାର୍ଯକ୍ରମ କରିବା ଏବଂ ପର୍ଯଟକ ମାନଙ୍କୁ ସ୍ୱଛତା ଉପରେ ସଚେତନ କରାଇବା ଏହାର ମୂଳ ଲକ୍ଷ୍ୟ।ଏହି କାର୍ଯ୍ୟକ୍ରମ କୁ ସଭାପତି ଶିବରାମ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଏ. ପ୍ରକାଶ, ଗଣେଶ ପାଣିଗ୍ରାହୀ, ସୋନିଆ ଗୌଡ଼, ଶିବରାମ ବେହେରା, ବନମାଳୀ ପ୍ରଧାନ ପ୍ରଭୃତି ସଦସ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here