୪ର୍ଥ ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦ୍‌ଯାପିତ। ଶେଷ ସନ୍ଧ୍ୟାରେ ବାଘନାଚ ଓ ପିଲାଖାଇ ଡାହାଣୀ ଦର୍ଶକଙ୍କ ମନ ମୋହିଲା

0
124

ବ୍ରହ୍ମପୁର, ୧୧/୧୨/୨୦୨୨: ଅନ୍ଵେଷା କଳାକେନ୍ଦ୍ର ଓ ଲୋକସଂସ୍କୃତି ଉନ୍ନୟନ ପରିଷଦ ଦ୍ବାରା ଆୟୋଜିତ ୪ର୍ଥ ଗଂଜାମ ଜିଲ୍ଲା ସାଂସ୍କୃତିକ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ବାଘନାଚ ଓ ପିଲାଖାଇ ଡାହାଣୀ ବେଶ୍ ଆକର୍ଷଣୀୟ ଥିଲା । ଲୁଚିଯାଉଥିବା ହଜି ଯାଉଥିବା ଲୋକକଳାର ପ୍ରଚାର ଓ ପ୍ରସାର ପାଇଁ ପ୍ରୟାସ ରଖ୍ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର, ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୃସିଂହାନନ୍ଦ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ୍’ର ପ୍ରକୃତ ଚରିତ୍ର ଡା. ଓଁକାର ହୋତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଡା. ହୋତା ଏହି ଅବସରରେ ନିଜ ଜୀବନ କାହାଣୀ ବ୍ୟାଖ୍ୟା କରି ପ୍ରତ୍ୟେକ ବ୍ୟକ୍ତି ସମାଜସେବାରେ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ । ଏହାବ୍ୟତୀତ ଓଡ଼ିଶା ଲୋକ ସଂସ୍କୃତି ଗବେଷଣା ପରିଷଦର ସଭାପତି ଡ. ଦୁର୍ଗାମାଧବ ନନ୍ଦ, ବିଶିଷ୍ଟ ମଂଚକଳା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ପଟ୍ଟନାୟକ, ମଂଚ ଅଭିନେତା କେମନ୍ତ ଦାଶ, ନାଟ୍ୟକାର ରବି ନାରାୟଣ ବେହେରା, କଣ୍ଠଶିଳ୍ପୀ ଚନ୍ଦନ ଗନ୍ତାୟତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକସଂସ୍କୃତି ଉନ୍ନୟନ ପରିଷଦର ସଭାପତି ଡ. ମିହିର କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ଵେଷା କଳାକେନ୍ଦ୍ରର ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।ସଂଗୀତ ନାଟକ ଏକାଡ଼େମୀ ସଦସ୍ୟ ଅନୀଳ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ତଥା ଆଖାପାଖ ଅଞ୍ଚଳର ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ମଣ୍ଡଳୀରୁ ସ୍ଵର୍ଣ୍ଣପ୍ରଭା ପାଢ଼ୀ, ଓ ଟିଭିର ବ୍ରହ୍ମପୁର ମୁଖ୍ୟ ଅଶୋକ କୁମାର ବ୍ରହ୍ମା, ଆବାହକ ଇଂ. ଉମାଶଙ୍କର ପାଣିଗ୍ରାହୀ, ସୁଦୀପ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଲିଲି ମହାରଣା, କୈଳାସ ପାଣିଗ୍ରାହୀ, ବିଶ୍ବନାଥ ମହାପାତ୍ର, ରବୀନ୍ଦ୍ର କୁମାର ନାୟକ, ପ୍ରତିମା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here