ବ୍ରହ୍ମପୁର ସିଟି (ଡିଗ୍ରୀ) କଲେଜରେ ‘ଆଧୁନିକ ଓଡ଼ିଶାର ସ୍ରଷ୍ଟା’ ଆଧାରିତ ଜାତୀୟ ପାଠଚକ୍ର ପାଳିତ

0
79

ବ୍ରହ୍ମପୁର,୧୧/୧୨/୨୦୨୨: ଆଜି ସ୍ଥାନୀୟ ଆମ୍ବପୁଆସ୍ଥିତ ବ୍ରହ୍ମପୁର ସିଟି(ଡିଗ୍ରୀ) ମହାବିଦ୍ୟାଳୟରେ କଳା ବିଭାଗ ତରଫରୁ ‘ଆଧୁନିକ ଓଡିଶାର ସ୍ରଷ୍ଟା’ ଶୀର୍ଷକ ଏକ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଅନୀତା କୁମାରୀ ପଣ୍ଡାଙ୍କ ସଭାପତିତ୍ଵରେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ଗୀତାଞ୍ଜଳି ଦାସ, ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ, ବ୍ରହ୍ମପୁର ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ଲୋକସଭା ସାଂସଦ, ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଯୋଗଦାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଖଲ୍ଲିକୋଟ ମହାବିଦ୍ୟାଳୟର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ମଦନ ମୋହନ ମହାପାତ୍ର ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଓଡିଶାର ସ୍ଵାଭିମାନୀ ମଣିଷ ହେବା ନିମନ୍ତେ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତାମିଲନାଡୁର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଡ. ଭଗବାନ ସାହୁ ନିଜ ବକ୍ତବ୍ୟରେ ଓଡିଶା ଇତିହାସକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ଡ.ପ୍ରକାଶଚନ୍ଦ୍ର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ଭାବରେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଶେଷରେ ଇଂରାଜୀ ବିଭାଗର ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଶେଜଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଜାତୀୟ ପାଠଚକ୍ରରେ ଅନୁଷ୍ଠିତ ହୋଇଥିବା ଅଧିବେଶନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ବିଭିନ୍ନ ମହାବିଦ୍ୟାଳୟର ଅନେକ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ପାଠଚକ୍ରର ଶୀର୍ଷକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅଧିବେଶନର ଶେଷରେ ଡ.ଅଜୟ କୁମାର ପେନ୍ଥେଇ ସମସ୍ତ ପାଠଚକ୍ରରେ ଅଂଶଗ୍ରହଣ କରିଥିବା ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଜାତୀୟ ପାଠଚକ୍ରଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here