ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

0
77

ବ୍ରହ୍ମପୁର,୧୫/୧୨/୨୦୨୨: ଆଜି
ସ୍ଥାନୀୟ ଖଲ୍ଲିକୋଟ କଲେଜିଏଟ ଉଚ୍ଚ ବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଗଞ୍ଜାମ ଜିଲ୍ଲା ଶିକ୍ଷାଧୁକାରୀ ବିନିତା ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୯୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଛଣମେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ମୃତିରେଖା ପଣ୍ଡା, ପ୍ରଥମ ଟାଙ୍ଗଣାପଲ୍ଲୀ ଉଚ୍ଚ ବିଦ୍ୟାଳୟର ଅବିନାଶ ବୈଦ୍ୟ
ଦ୍ବିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦିଗପହଣ୍ଡିର ଆର୍. ରମାକାନ୍ତ ରେଡ୍ଡି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନିମିନାର ବିନାୟକ ପାତ୍ର ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତ୍ୟେକ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିମାନେ ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶାଙ୍କ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପନଗ ଭୁଷଣ ମାଝୀ, ପ୍ରଧାନ ଶିକ୍ଷକ ବିଷ୍ଣୁ ତ୍ରିପାଠୀ, ପ୍ରଶାନ୍ତ କୁମାର ପରମଗୁରୁ, ଅବସର ପ୍ରାପ୍ତ ବିଜୟ ପାଣିଗ୍ରାହୀ,ଦୁର୍ଗା ପ୍ରସାଦ ଦାସ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଦିଗ୍‌ଦର୍ଶନ ସହ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା ପରିଚାଳନା କରିଥିଲେ ଓ ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here