କୋଦଳା ଏନଏସି ରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ

0
98

ବ୍ରହ୍ମପୁର,୧୫/୧୨/୨୦୨୨(ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ପରିସରରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସମୟରେ ଖାଦ୍ୟସାର ଅଭାବରୁ ଗରୀବ ଶ୍ରେଣୀର ଯକ୍ଷ୍ମା ରୋଗୀ ମାନେ ସମସ୍ୟାରେ ପଡୁଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅକ୍ଟୋବର ମାସରେ ଯକ୍ଷ୍ମା ରୋଗୀ ମାନଙ୍କୁ ଏହି ସୁଷମ ଖାଦ୍ୟ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ଅଞ୍ଚଳର ପଚାଶ ଜଣ ଯକ୍ଷ୍ମା ରୋଗୀଙ୍କୁ କୋଦଳା ଏନ ଏ ସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ନିଜସ୍ୱ ଅର୍ଥରେ ଭିଟାମିନ ଯୁକ୍ତ ଖାଦ୍ୟ ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ଙ୍କ ଯକ୍ଷ୍ମା ମୁକ୍ତ ଭାରତ କରିବା ଦୌଡ଼ରେ ଆମେ ଏକ ଛୋଟିଆ ପ୍ରୟାସ କରିଛୁ ବୋଲି କହିଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏସଟିଏସ ଗୀତାରାଣୀ ପାଢ଼ୀ ଉପସ୍ଥିତ ରହି ଯକ୍ଷ୍ମା ରୋଗୀ ମାନଙ୍କୁ ସଚେତନ କରାଇବା ସହ ଯେପରି ଆଗାମୀ ଦିନରେ ସାରା କୋଦଳା ଏନ ଏ ସି ଏବଂ ବେଗୁନିଆପଡା ଅଞ୍ଚଳ କିପରି ସମ୍ପୂର୍ଣ ଯକ୍ଷ୍ମା ମୁକ୍ତ ହେବ ସେ ନେଇ ନିଜର ମତ ରଖିଥିଲେ । ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏହି କାର୍ଯ୍ୟକ୍ରମ କୁ ଆଧାର କରି ଦେଶ କୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଏହି ପ୍ରୟାସ ବୋଲି କହିଛନ୍ତି ଶ୍ରୀ ନାୟକ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଦଳା ଏନଏସି ର ବହୁ କାଉନସିଲର ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here