ନବ ବର୍ଷକୁ ସ୍ୱାଗତ ଜଣାଇ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ “ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ” ଅଭିଯାନ ପାଳିତ

0
141

ବ୍ରହ୍ମପୁର, ୦୧/୦୧/୨୦୨୩: ନବ ବର୍ଷ ଉପଲକ୍ଷେ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି “ବ୍ରହ୍ମପୁର ସବୁଜ ବାହିନୀ” ପକ୍ଷରୁ ମାଁ ଘାଟିକାଳୁଆ ପୀଠରେ ନିଜସ୍ଵ ଉଦ୍ୟମରେ ଚାରିଗୋଟି ଆବର୍ଜନା କୁଣ୍ଡ ତିଆରି କରାଯିବା ସେହି ଆବର୍ଜନା କୁଣ୍ଡ ଚାରିପାଖରେ ବିଭିନ୍ନ ସଚେତନା ବାର୍ତ୍ତା ଦିଆଯାଇ ପର୍ଯ୍ୟଟକ ମାନଙ୍କୁ ସଚେତନତା କରଯାଇଥିଲା ଏବଂ ସେଠାରେ ପୂର୍ବରୁ ପଡିରହଥିବା ବହୁ ଆବର୍ଜନା ସେଠାକାର ପରିବେଶକୁ ଦୂଷିତ କରୁଥିବାରୁ ସଙ୍ଗଠନର ସମସ୍ତ ସଦସ୍ୟ,ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କ ସହ ମିଶି ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସମସ୍ତ ବର୍ଜ୍ୟବସ୍ତୁ ଗୁଡ଼ିକୁ ଏକତ୍ରିତ କରି କଠିନ ବର୍ଜ୍ୟବସ୍ତୁ କେନ୍ଦ୍ରକୁ ହସ୍ତାନ୍ତର କରଯାଇଥିଲା। ଯାହା ଦ୍ଵାରା ପର୍ଯ୍ୟଟନ ସ୍ଥଳୀ ସ୍ୱଚ୍ଛ ସୁନ୍ଦର ରହିବା ସହ ବର୍ଜ୍ୟବସ୍ତୁ ଗୁଡ଼ିକ ଜୈବିକ ଖତ ହେବାରେ ସହାୟକ ହେବ ବୋଲି ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ ଆଶାବ୍ୟକ୍ତ କରିଛନ୍ତି । ସଙ୍ଗଠନ ପକ୍ଷରୁ ପ୍ରତି ସପ୍ତାହରେ ଥରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ବର୍ଜ୍ୟବସ୍ତୁ ଗୁଡ଼ିକୁ ଏକତ୍ରିତ କରି କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି; ଯାହା ଦ୍ବାର ପରିବେଶ ସଫା ରହିବା ସହିତ ପର୍ଯ୍ୟଟନ କ୍ଷେତ୍ର ଅଧିକରୁ ଅଧିକ ବିକଶିତ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଶିବରାମ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ରବି ସାହାଣୀ, ଏ ପ୍ରକାଶ, ପି ବିନୋଦ,ସନିଆ ଗୌଡ଼, ସୁଜିତ ଗୌଡ଼,ଶିବରାମ ବେହେରା, ପ୍ରବୀଣ ନାୟକ, ପ୍ରଭୃତି ସଦସ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here