ଶଶି ଭୂଷଣ ରଥଙ୍କ ୧୩୯ତମ ଜୟନ୍ତୀ ପାଳିତ

0
157

ବ୍ରହ୍ମପୁର,୦୧/୦୧/୨୦୨୩:

ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ ତରଫରୁ ବିଶିଷ୍ଟ ସଂସ୍କାରକ ଜନସେବୀ ଶଶି ଭୂଷଣ ରଥଙ୍କ ୧୩୯ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଆଜି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ପ୍ରତିମୂର୍ତ୍ତି ରେ ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା l କ୍ଲବ କାର୍ଯକାରୀ ସଭାପତି କାମନା ପାଢ଼ୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ନାଗେଶ୍ଵର ପୃଷ୍ଟି କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଡ଼ାକ୍ତର ସମୀର କୁମାର ନାୟକ, ଉପଦେଷ୍ଟା ରବିନ୍ଦ୍ର ପଣ୍ଡା, ରାମହରି ନାୟକ, ମଙ୍ଗୁଲୁ ପଣ୍ଡା, ଲଡୁ କିଶୋର ପାତ୍ର, କେ. ଟି. ରାଓ, ଆନନ୍ଦ ରାଓ, ସଭ୍ୟ ସୁଶାନ୍ତ କୁମାର ପାଢୀ, କେଦାର ନାଥ ଜେନା, ନିରୋଜ ସାହୁ, ରାମା ରାଓ, ରମେଶ କୁଣ୍ଡୁ ଓ ବସନ୍ତ କରଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ l ଆଗାମୀ ଦିନରେ ସଂଘ ତତଫରୁ ବିଭିନ୍ନ ସମାଜ ସେବା କାର୍ଯକ୍ରମ କରାଯିବା ସହ ମହାପୁରୁଷଙ୍କ ଜୟନ୍ତୀ ପାଳନ କରିବାକୁ ନୂତନ ବର୍ଷ ଆରମ୍ଭରେ ନିଷ୍ପତ୍ତି ନିଆଯାଇଥିଲା l

LEAVE A REPLY

Please enter your comment!
Please enter your name here