ନିଖିଳ ଓଡ଼ିଶା ଦାସକାଠିଆ ମହାସଂଘର ୪୩ତମ ବାର୍ଷିକ ଅଧିବେଶନ ଉଦ୍‌ଘାଟିତ

0
147

ବ୍ରହ୍ମପୁର, ୦୭/୦୧/୨୦୨୩: ଗଞ୍ଜାମ ଜିଲ୍ଲାର ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ ହାତିଓଟ ଗ୍ରାମପଞ୍ଚାୟତର
ଚନ୍ଦ୍ରମାଦେଇପୁର ଶାସନ ଠାରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘର ୪୩ତମ ବାର୍ଷିକ ସମାରୋହ ଉଦ୍‌ଘାଟିତ ହୋଇଯାଇଛି । ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘର ସଭାପତି ଉପେନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହକୁ ବିଶିଷ୍ଟ ଶିକ୍ଷାବିତ୍ ମୂରଲୀଧର ନନ୍ଦ ଉଦ୍‌ଘାଟନ କରିଥିବା ବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ଡ. ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥ୍‌, ପ୍ରାଧ୍ୟାପିକା ଡ.ବିଦ୍ୟୁତପ୍ରଭା ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥ୍‌ ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ପରିଷଦ ସଭାପତି ଡ. ମିହିର କୁମାର ତ୍ରିପାଠୀ, ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ମୁର୍ମୁ, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସଭ୍ୟ ଅନିଳ କୁମାର ପାତ୍ର, ଜିଲ୍ଲା ସଂସ୍କୃତି ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ, ପାଲା ଗାୟକ ଭାଷାରତ୍ନ ଖଗେଶ୍ଵର ମାର୍ଥା, ହାତିଓଟ ସରପଞ୍ଚ ରଶ୍ମିତା ସାହୁ, ସମିତି ସଭ୍ୟ କାହ୍ନୁଚରଣ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ‘ ଓଡ଼ିଆ ଭାଷା, ସାହିତ୍ୟକୁ ଦାସକାଠିଆ କଳାକାରଙ୍କ ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ କଳାକାରମାନେ ଲୋକସଂଗୀତ ଓ ଦାସକାଠିଆ ପରିବେଷଣ କରିଥିଲେ ।ସାଧାରଣ ସଂପାଦକ ରବିନାରାୟଣ ଶତପଥୀ, ଉପାଧ୍ୟକ୍ଷ ବାଳକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here